ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶୁକ୍ରବାର ପୁଣି ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିର ପରିସରରେ ଥିବା ଏକ ଗୃହକୁ ସ୍ଥାନାନ୍ତର ହେବ ଖାଲି ଆଲମିରା, ସିନ୍ଦୁକ

ପୁରୀ,୨୩/୦୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୁକ୍ରବାର ପୁଣି ଖୋଲିବ । ବାହାର ଏବଂ ଭିତର ରତ୍ନଭଣ୍ଡାରର ସମସ୍ତ ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ପରିସର ନୀଳାଦ୍ରି ବିହାର ମ୍ୟୁଜିୟମ୍‌ ନିକଟସ୍ଥ ଏକ ଗୃହରେ ଏହାକୁ ସୁରକ୍ଷିତ  ରଖାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ  ପ୍ରକ୍ରିୟା ଅନୁଷ୍ଠିତ ହେବ । ଦିନ ୧ଟାଠାରୁ ସ୍ଥାନାନ୍ତର ଆରମ୍ଭ ହେବ । ଏହା ଶେଷ ପର୍ଯ୍ୟନ୍ତ  ସର୍ବସାଧାରଣଙ୍କ ଠାକୁର ଦର୍ଶନ ବନ୍ଦ ରହିବ । ସଅଳ ନୀତିକାନ୍ତି ନିମନ୍ତେ ରାତି ଶ୍ରୀମନ୍ଦିର ଦ୍ୱାର ଫିଟା  ଯିବ । ମଙ୍ଗଳ ଆଳତି, ଅବକାଶ ପ୍ରଭୃତି ନୀତି ବଢ଼ିବ ।  ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ୱାର ବାଟେ  ବାଇଶି ପାହାଚ ହୋଇ ଆନନ୍ଦ ବଜାରକୁ ଯାଇପାରିବେ ।  ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ  କରିବେ । 

ଗତ ଜୁଲାଇ ୧୪ ଓ ୧୮ ତାରିଖ ଯଥାକ୍ରମେ  ବାହାର ଓ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତର ହୋଇଥିଲା। ଏହା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରେ ରହିଛି । ପୁରୁଣା ସିନ୍ଦୁକ, ଆଲମିରା ଓ ବାକ୍ସରୁ ରତ୍ନଅଳଙ୍କାର  ବାହାର କରାଯାଇ ନୂଆ ସିନ୍ଦୁକ, ଆଲମିରା ଓ ବାକ୍ସରେ ରଖାଯାଇଛି । ଏହି ପୁରୁଣା ସିନ୍ଦୁକ,  ଆଲମିରା ଓ ବାକ୍ସକୁ ସ୍ଥାନାନ୍ତର କରାଯିବ । ଏହାର ଭିଡିଓ ରେକର୍ଡିଂ କରାଯିବ । ରତ୍ନଭଣ୍ଡାର ମରାମତି ଲାଗି ଏଏସ୍‌ଆଇକୁ ଯାଞ୍ଚ ନିମନ୍ତେ ଦେବାକୁ ଏଭଳି ପଦକ୍ଷେପ ନିଆଯାଉଛି।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.