ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଧିକ ବଟର୍‌, ମୋଟାପଣ ବଢିବା ସହ ହୋଇଥାଏ ଏହି ସବୁ କ୍ଷତି

ଭୂବନେଶ୍ୱର ୧୭/୦୫: ବଟର୍‌ ବା ଲହୁଣୀ କିଛି ଲୋକଙ୍କର ଖୁବ୍‌ ପସନ୍ଦ । ସେମାନେ ବିଭିନ୍ନ ଉପାୟରେ ବଟର୍‌ ବା ଲହୁଣୀକୁ ଡାଏଟ୍‌ରେ ସାମିଲ୍‌ କରିଥାନ୍ତି । ବହୁ ପୋଷକ ତତ୍ତ୍ୱରେ ଭରା ଲହୁଣୀ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭପ୍ରଦ । ତଥାପି ଏହାକୁ ସୀମିତ ମାତ୍ରାରେ ଭୋଜନରେ ସାମିଲ୍‌ କରିବା ଆବଶ୍ୟକ । ନଚେତ୍‌ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । ଏବେ ପ୍ରାୟ ପିଲାମାନଙ୍କ ଜୀବନଶୈଳୀର ପ୍ରମୁଖ ଅଙ୍ଗ ହୋଇପଡିଲାଣି ବଟର୍‌ ବା ଲହୁଣୀ । ପାଉଁରୁଟି ହେଉ ଅବା ପରଟା କିଛି ପିଲା ଏଥିରେ ବଟର୍‌ ଲଗାଇବାକୁ ଭୁଲି ନଥାନ୍ତି । ବିଶେଷକରି ଆଧୁନିକ ଭାରତୀୟଙ୍କ ଖାଦ୍ୟଥାଳୀରେ ବଟର୍‌ର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଜାଣନ୍ତି କି? ଏହାର ମାତ୍ରାଧିକ ବ୍ୟବହାର କେତେ କ୍ଷତିକାରକ?

ବଢାଏ କୋଲେଷ୍ଟେରଲ୍‌ :

ଲହୁଣୀରେ ସାଚ୍ୟୁରେଟେଡ୍‌ ଫ୍ୟାଟର୍‌ ମାତ୍ରା ଅଧିକ ରହିଥାଏ । ଏକ ଚାମଚ ବଟର୍‌ରେ ପ୍ରାୟ ୭ ଗ୍ରାମ୍‌ ଫ୍ୟାଟ୍‌ ରହିଥାଏ, ଯାହା ନିୟମିତ ଆବଶ୍ୟକତାର ପ୍ରାୟ ଏକ ତୃତୀୟାଂଶ । ଏହାଠାରୁ ଅଧିକ ଖାଇବା ଅର୍ଥ ଶରୀରରେ ଏଲ୍‌ଡିଏଲ୍‌(ଖରାପ କୋଲେଷ୍ଟେରଲ୍‌) ଏବଂ ଏଚ୍‌ଡିଏଲ୍‌ କୋଲେଷ୍ଟେରଲ୍‌କୁ ବଢାଇଥାଏ । ବଢୁଥିବା କୋଲେଷ୍ଟେରଲ୍‌ ଯୋଗୁ ରକ୍ତ ଜମାଟ ବାନ୍ଧିବା, ଷ୍ଟ୍ରେକ୍‌ ଓ ହୃଦ୍‌ଘାତ ଆଦି ସମସ୍ୟାକୁ ବଢାଇପାରେ ।

ହୃଦୟ ପାଇଁ କ୍ଷତିକାରକ :

ବଟର୍‌ରେ ଥିବା ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ହୃଦ୍‌ଘାତର କାରଣ ସାଜିଥାଏ । ଏହା ରକ୍ତରେ ବ୍ୟାଡ୍‌ କୋଲେଷ୍ଟେରଲ୍‌ ସ୍ତରକୁ ବଢାଇ ଆର୍ଟରୀରେ ଜମା ହୋଇ ପଥ ଅବରୋଧ କରେ, ଯାହ ହୃଦ୍‌ଘାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢାଏ । 

ବଢିଥାଏ ମୋଟାପଣ :

ଏକ ଚାମଚ ଲହୁଣୀରେ ୧୦୦ରୁ ଅଧିକ କ୍ୟାଲୋରୀ ରହିଥାଏ । ଫଳରେ ଏହାର ଅଧିକ ବ୍ୟବହାର ଦ୍ୱାରା ବ୍ୟକ୍ତି ମୋଟା ହୋଇଚାଲେ । କ୍ରମଶଃ ମୋଟାପଣ ଅନ୍ୟାନ୍ୟ ରୋଗ ପାଇଁ ବାଟ ଖୋଲି ଦେଇଥାଏ । ଯେପରିକି ହୃଦ୍‌ଘାତ ସମସ୍ୟା, କେତେ ପ୍ରକାର କର୍କଟ ଓ ମଧୁମେହ ଆଦି ରୋଗ ହୋଇଥାଏ । 

ଆଲ୍‌ଝାଇମର୍‌ ଓ ଡିମେନ୍‌ସିଆ ଆଶଙ୍କା :

କରେଣ୍ଟ୍‌ ଆଲଝାଇମର୍‌ ରିସର୍ଚ୍ଚ ମେଡିକଲ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶିତ ୨୦୧୮ର ଏକ ଗବେଷଣା ଅନୁସାରେ ହାଇ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯେପରିକି ବଟର୍‌ ଖାଇବା ଦ୍ୱାରା ଆଲ୍‌ଝାଇମର୍‌ ବା ଡିମେନ୍‌ସିଆ ବଢିବାର ଆଶଙ୍କା କ୍ରମଶଃ ୩୯ ପ୍ରତିଶତରୁ ୧୦୦ ପ୍ରତିଶତ ଯାଏ ବଢିଥାଏ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.