ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଞ୍ଜାବରେ ଦୁଇ ମାଲବାହୀ ଟ୍ରେନ୍ ଧକ୍କା, ୨ଡ୍ରାଇଭର ଗୁରୁତର

ନୂଆଦିଲ୍ଲୀ, ୨/୬ : ପଞ୍ଜାବରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ପଞ୍ଜାବର ଫତେହଗଡ଼ ସାହିବରେ ସରହିନ୍ଦର ମାଧୋପୁର ନିକଟରେ ସକାଳେ ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ରେଲଓ୍ବେର ଦୁଇ ମାଲବାହୀ ଗାଡ଼ି ନିଜ ଭିତରେ ଧକ୍କା ହୋଇଛନ୍ତି । ଏହି ଧକ୍କାରେ ଟ୍ରେନ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଫତେହଗଡ଼ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସିଭିଲ ହସ୍ପିଟାଲରୁ ରାଜିନ୍ଦର ହସ୍ପିଟାଲ ପଟିୟାଲାକୁ ରେଫର କରାଯାଇଛି ।

ଘଟଣାସ୍ଥଳର ଭିଡ଼ିଓ ଏବଂ ଫଟୋରେ ଦୁଇ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି । ଟ୍ରେନର ଅବସ୍ଥା ଦେଖି ଅନୁମାନ ଲଗାଯାଇପାରେ କି ଏହି ଦୁର୍ଘଟଣା କେତେ ଜୋରରେ ହୋଇଛି । ମାତ୍ର ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । କିନ୍ତୁ ଟକ୍କୁରେ ଦୁଇ ଟ୍ରେନ ଡ୍ରାଇଭର ସମ୍ପୂର୍ଣ୍ଣ ଭାବେ ଗୁରୁତର ହୋଇଛନ୍ତି ଯାହାଙ୍କ ଚିକିତ୍ସା ଚାଲୁ ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.