କଳାହାଣ୍ଡି ୦୭/୦୪ : ଭବାନୀପାଟଣା ମୁଖ୍ୟ କାରାଗାରରୁ ଦୁଇ ଜଣ କଏଦୀ ଚମ୍ପଟ ମାରିଛନ୍ତି । ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ପୋଲିସରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ରବିବାର ସକାଳୁ ବଗିଚା କାମ କରୁଥିଲେ କଏଦୀ । ଏହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲ୍ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ତେବେ ଫେରାର ଦୁଇ ଜଣ କଏଦୀ ହେଉଛନ୍ତି ସିକନ୍ଦର ଜାଲ୍ ଏବଂ ନୀଳମଣି ବିଭାର ବୋଲି ଜଣାପଡିଛି । ଦୁଇ ଜଣ କଏଦୀ ପୋକ୍ସ କେସ୍ରେ ଗିରଫ ହୋଇ ଆସିଥିଲେ । ଜଣେ ଫେବୃଆରୀରେ ଆସିଥିବା ବେଳେ ଆଉ ଜଣେ ମାର୍ଚ୍ଚରେ ଜେଲ୍କୁ ଆସିଥିଲେ । ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।