ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିହାରର ମଧୁବନୀ ଜିଲ୍ଲାରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ, ୧୧ ଦିନରେ ପଞ୍ଚମ ଘଟଣା

ପାଟନା: ବିହାରରେ ପୋଲ ଭୁଶିଡ଼ିବା ଏକ ନିତିଦିନିଆ ଘଟଣା ପାଲଟି ଗଲାଣି । ଆଜି ବିହାରରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଏହାକୁ ମିଶାଇ ୧୧ ଦିନ ଭିତରେ ରାଜ୍ୟରେ ୫ଟି ବ୍ରିଜ୍‌ ମାଟିରେ ମିଶିଛି । ଆଜି ମଧୁବନୀ ଜିଲ୍ଲାର ଝାଂଝରପୁରରେ ତିଆରି ହେଉଥିବା ଏକ ୭୭ ମିଟର ଲମ୍ବ ପୋଲ୍‌ର ଗାର୍ଡର ଭୁଶୁଡ଼ି ପଡ଼ିଛି । ଏହି ଭୁଲକୁ ଲୁଚାଇବାକୁ ଯାଇ ପ୍ରଶାସନ ପକ୍ଷରୁ ଲୁହା ପରିବର୍ତ୍ତେ ତରବରିଆ ଭାବରେ ପ୍ଲାଷ୍ଟିକ୍‌ ଦେଇ ଉକ୍ତ ସ୍ଥାନକୁ ମରାମତି କରାଯାଇଛି ।   

ବିହାରର ଆଞ୍ଚଳିକ ବିକାଶ ବିଭାଗ ଦ୍ବାରା ବ୍ରିଜ୍ ନିର୍ମାଣ ହେଉଥିଲା । ଏହାର ନିର୍ମାଣ ଖର୍ଚ୍ଚ ୩ କୋଟି ଟଙ୍କା ଥିବା ବେଳେ ବ୍ରିଜ୍‌ର ଦୁଇ ପିଲାର ମଝିରେ ଥିବା ଗାର୍ଡର ଭୁଶୁଡ଼ି ପଡ଼ିଛି ।  ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ବିଭଗୀୟ ଯନ୍ତ୍ରୀ ଏନେଇ ଖବର ପାଇବା ପରେ ଠିକାଦାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । କିନ୍ତୁ କୋସି ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଏଭଳି ସ୍ଥିତି ଉପୁଜିଛି । ଜଳସ୍ତର କମିବା ପରେ ମରାମତି କାର୍ଯ୍ୟ ହେବ ବୋଲି ଠିକାଦାର ଯନ୍ତ୍ରୀଙ୍କୁ କହିଛନ୍ତି । 

ଏହା ପୂର୍ବରୁ ବିହାରରେ ୪ଟି ବ୍ରିଜ୍‌ ଭୁଶୁଡ଼ି ସାରିଛି ।  ଜୁନ୍‌ ୧୮ରେ ଅରରିଆର ବକ୍ରା ନଦୀ ଉପରେ ଥିବା ୧୨ କୋଟି ଟଙ୍କାର ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା । ତାପରେ ଜୁନ୍‌ ୨୨ରେ ସିଓ୍ବାନରେ ଗଣ୍ଡକ ନଦୀ ଉପରେ ନିର୍ମିତ ୪୦-୪୫ ବର୍ଷର ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା । ସେହିଭଳି ଜୁନ୍‌ ୨୩ରେ  ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ  ନିର୍ମାଣା ହେଉଥିବା ଏକ ପୋଲ ମଧ୍ୟ ଭୁଶୁଡ଼ିଥିବା ନେଇ ଜଣାପଡ଼ିଥିଲା ।   ଏହା ପରେ ଗତକାଲି (ଜୁନ୍‌ ୨୭)  କିଶନଗଞ୍ଜରେ ମହାନନ୍ଦା ନଦୀ ଉପରେ ନିର୍ମିତ ପୋଲ ଭୁଶୁଡ଼ି ପଡ଼ିଥିଲା । ଆଉ ଆଜି ମଧୁବନୀ ଜିଲ୍ଲାରୁ ଆସିଛି ସମାନ ଖବର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.