ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁପ୍ରିମକୋର୍ଟରେ ପହଞ୍ଚିଲା ଉତ୍ତରପ୍ରଦେଶର ମଦ୍ରାସା ଆଇନ, ରଦ୍ଧ କରିଥିଲେ ଆହ୍ଲାବାଦ ହାଇକୋର୍ଟ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିବା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି । ମାର୍ଚ୍ଚ ୨୨ରେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ ଯେ,  ସମସ୍ତ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରୀ ସାଧାରଣ ବିଦ୍ୟାଳୟରେ ଭର୍ତ୍ତି କରାଯାଉ ।

ଅଞ୍ଜୁମ କାଦ୍ରି ନାମକ ଜଣେ ବ୍ୟକ୍ତି ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଖୁବ୍ ଶୀଘ୍ର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସମେତ ଅନ୍ୟ ଦଳ ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିପାରନ୍ତି।

ଅଞ୍ଜୁମ କାଦ୍ରି ଏବଂ ଅନ୍ୟମାନେ ଦାଖଲ କରିଥିବା ଆବେଦନରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରହିତାଦେଶ ଲଗାଇବାକୁ ଦାବି କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ଏହି ଆଦେଶ ମଦ୍ରାସାରେ ପଢୁଥିବା ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ କରିବ।

ସୂଚନାଥାଉକି, ମାର୍ଚ୍ଚ ୨୨, ୨୦୨୩ ତାରିଖ ଦିନ ହାଇକୋର୍ଟ କହିଛନ୍ତି ଯେ ଧର୍ମନିରପେକ୍ଷ ରାଷ୍ଟ୍ରର ଧାର୍ମିକ ଶିକ୍ଷା ପାଇଁ ବୋର୍ଡ ଗଠନ କିମ୍ବା ଏହା ସହିତ ଜଡିତ ଏକ ନିର୍ଦ୍ଦିଷ୍ଟ ଧର୍ମ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ଏକ ବୋର୍ଡ ଗଠନ କରିବାର କ୍ଷମତା ନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.