ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି, ଅଖିଳେଶଙ୍କ ପରିବାରର ରହିଛି ଏହି ୩ ନାମ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏହାର ପ୍ରଥମ ପ୍ରାର୍ଥୀ  ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ମୈନପୁରୀରୁ ମୈଦାନକୁ ଓହ୍ଲାଇଛି । ଏହା ବ୍ୟତୀତ ଦଳ ସମ୍ୱଲରୁ ଶାଫିକୁର ରହମାନ ବର୍କଙ୍କୁ ଟିକେଟ ଦେଇଛି। ସମାଜବାଦୀ ପାର୍ଟି ରାଜଧାନୀ ଲକ୍ଷ୍ନୌରୁ ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି । ଏହି ପ୍ରାର୍ଥୀ ତାଲିକାରେ ଡିମ୍ପଲ୍ ଯାଦବଙ୍କ ସମେତ ଅଖିଳେଶ ଯାଦବଙ୍କ ପରିବାରର ତିନିଜଣ ଲୋକ ଅନ୍ତର୍ଭୁକ୍ତ ହୋଇଛନ୍ତି । ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ନାମ ମଧ୍ୟ ଏଥିରେ ସାମିଲ ରହିଛି । 

ସମାଜବାଦୀ ପାର୍ଟି ସମ୍ୱଲରୁ ଶାଫିକର ରହମାନ ବର୍କ, ଫିରୋଜାବାଦରୁ ଅକ୍ଷୟ ଯାଦବ, ମୈନପୁରୀରୁ ଡିମ୍ପଲ ଯାଦବ, ଏଟାରୁ ଦେବେଶ ଯାଦବ, ବନ୍ଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖୀରିରୁ ଉତ୍କର୍ଷ ବର୍ମା, ଧୌରହରାରୁ ଆନନ୍ଦ ଭଦୌରିଆ, ଉନ୍ନାବରୁ ଅନୁ ଟଣ୍ଡନ, ଲକ୍ଷ୍ନୌରୁ ରବିଦାସ ମେହରୋତ୍ରା, ଫାରୁଖାବାଦରୁ ଡ. ନଭଲ କିଶୋର ଶାକ୍ୟ, ଆକବରପୁରରୁ ରାଜାରାମ ପାଲ, ବାନ୍ଦାରୁ ଶିବଶଙ୍କର ସିଂ ପଟେଲ, ଫୈଜାବାଦରୁ ଅବଦେଶ ପ୍ରସାଦ, ଆମ୍ବେଦକର ନଗରରୁ ଲାଲଜୀ ଭର୍ମା, ବସ୍ତିରୁ ରାମପ୍ରସାଦ ଚୌଧୁରୀ, ଗୋରଖପୁରରୁ କାଜଲ ନିଷାଦଙ୍କୁ ଟିକେଟ୍ ଦିଆଯାଇଛି । 



ଯଦି ଆମେ ଏଠାରେ ପୂର୍ବ ନିର୍ବାଚନ ଫଳାଫଳକୁ ଦେଖିବା, ତେବେ ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ବିଜେପି ବମ୍ପର ଆସନ ଜିତିଥିଲା । ଗତ ନିର୍ବାଚନରେ ବିଜେପି ୮୦ ଟି ଲୋକସଭା ଆସନ ମଧ୍ୟରୁ ୬୨ ଟି ଜିତିଥିଲା। ସମାଜବାଦି ପାର୍ଟିକୁ ମାତ୍ର ପାଞ୍ଚଟି ସିଟ୍ ମିଳିଥିଲା । ଏହା ବ୍ୟତୀତ ବିଏସପି ୧୦ ଟି ସିଟ୍ ଜିତିଛି। କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିବା ବେଳେ ଅପନା ଦଳ ଦୁଇଟି ଆସନ ଜିତିଥିଲା । 



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.