ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ମହିଳା ପୁଲିସ ଅଧିକାରଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ, ନିଜ ବିଭାଗ ବିରୋଧରେ କଲେ ମାମଲା ରୁଜୁ

ନ୍ୟୁୟର୍କ : ନ୍ୟୁୟର୍କ ପୁଲିସର ଜଣେ ମହିଳା ଅଧିକାରୀ ନିଜ ବିଭାଗ ବିରୋଧରେ କରିଛନ୍ତି ମାମଲା ରୁଜୁ। ଏହି ମହିଳା ଅଧିକାରୀଙ୍କ ନ୍ୟୁଡ୍‌ ଫଟୋ ସାଥି କର୍ମଚାରୀଙ୍କ ମଧ୍ୟରେ ଭାଇରାଲ ହେଉଛି। ଅଧିକାରୀଙ୍କ କହିବାନୁସାରେ, ସେ ଏହି ଫଟୋ ୧୨ ବର୍ଷ ପୂର୍ବେ ନିଜର ପୂର୍ବର ବୟଫ୍ରେଣ୍ଡ , ଲେଫ୍ଟିନାଣ୍ଟ ମାର୍କ ରିଭେରାଙ୍କୁ ପଠାଇ ଥିଲେ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବିକ , ମହିଳା ଅଧିକାରୀଙ୍କ ନାଁ ଏଲିସା ବଜାରାକ୍ତାରେଭିକ୍‌ । ଅଧିକାରୀଙ୍କ କହିବାନୁସାରେ, ଉକ୍ତ ମାମଲା ଯୋଗୁଁ ତାଙ୍କ କ୍ୟାରିୟର ଖରାପ ହୋଇ ଯାଇଛି । ୩୪ ବର୍ଷିୟା ଏଲିସା ମ୍ୟାହଟ୍ଟନର କୋର୍ଟରେ ଏହି ମୋକଦମା ଦାଏର କରିଛନ୍ତି। ସେ ୨୦୧୨ରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ। 

ଏତଲାରେ କୁହାଯାଇଛି କି, ଏଲିସା ଓ ଲେଫ୍ଟିନାଣ୍ଟ ରିଭେରା ଚାକିରିରେ ଯୋଗ ଦେବା ବର୍ଷ କିଛି ମାସ ପାଇଁ ଡେଟିଂରେ ଥିଲେ। ଅଭିଯୋଗ କି ଲେଫ୍ଟିନାଣ୍ଟ ରିଭେରା ଏଲିସାଙ୍କ ଟପ୍‌ଲେସ୍‌ ଫଟୋ ଅନ୍ୟ କର୍ମଚାରୀଙ୍କ ସହ ଗ୍ରୁପ୍‌ରେ ସେୟାର କରିଥିଲେ। ଏହାପରେ ଫଟୋ ଭାଇରାଲ ହୋଇଥିଲା। ଏଲିସା ଏହା ବି ଦାବି କରିଛନ୍ତି କି, ୟୁନିୟନ ଡେଲିଗେଟ୍ସ ତାଙ୍କୁ ମାମଲା ରୁଜୁ ନକରିବାକୁ ଅନୁରୋଧ କରିଥିଲେ।

ରିପୋର୍ଟ ମୁତାବିକ , ୟୁନିୟନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ଏଲିସାଙ୍କୁ କହିଥିଲେ କି, ଆପଣ ପ୍ରଥମ ଓ ଶେଷ ମହିଳା ନୁହଁନ୍ତି , ଯାହାଙ୍କ ସହ ଏମିତି ହୋଇଛି ବା ହେବ। ରିପୋର୍ଟରେ କୁହାଯାଇଛି , ଫଟୋ ସବୁ ପୁଣି ଅପ୍ରେଲରେ ସାମନାକୁ ଆସିଥିଲା , ଯେବେ ଏଲିସା ଏହି ଅଧିକାରୀଙ୍କ କାମରେ ହସ୍ତକ୍ଷେପ କଲେ , ଯିଏ ଏହି ସମୟରେ ସାମନାକୁ ଆସିଥିଲେ ଯେବେ ସେ ନିଜର ପ୍ରେମିକ କେଲଭିନ ହର୍ନାଣ୍ଡେଜ୍‌ଙ୍କ ସହ ବୁଲୁଥିଲେ।

ଏହି ସମୟରେ ଅଧିକାରୀମାନେ ବ୍ରୋଙ୍କୋସ୍‌ରେ ତାଙ୍କ କାରକୁ ଘେରି ଯାଇଥିଲେ , ଯେଉଁଥିରେ ଏଲିସା ଓ ୩୩ ବର୍ଷିୟ ବ୍ୟକ୍ତି ଉଭୟ ପଚାରି ଥିଲେ କି ଭୁଲ କଣ ଥିଲା। ଏଲିସା ଏହି କଥାରେ ମନା କରିଥିଲେ କି ତାଙ୍କର ପ୍ରେମିକ ଡ୍ରଗ୍ସ ବିକ୍ରି କରୁଥିଲେ। ହର୍ନାଣ୍ଡେଜ୍‌ ଯିଏ କି ଏହି ସମୟରେ ଅଧିକାରୀଙ୍କ ଭିଡ଼ିଓ ସୁଟ୍‌ କରୁଥିଲେ , ତାଙ୍କ ଉପରେ ଗିରଫଦାରୀଙ୍କ ବିରୋଧ କରିବାର ଅଭିଯୋଗ ରହିଛି। ଏପଟେ ମହିଳା ପୁଲିସ ଅଧିକାରୀଙ୍କ ଦାବି କି ତାଙ୍କର ନ୍ୟୁଡ୍‌ ଫଟୋ ସହୁ ନ୍ୟୁୟର୍କ ପୁଲିସ ଡିପାର୍ଟମେଣ୍ଟର ଗ୍ରୁପ୍‌ ଚାଟ୍ସ ଓ ଟେକ୍ସଟ୍‌ ମେସେଜ ଚେନ୍‌ରେ ସେୟାର କରାଯାଇ ଥିଲା। ଏଥିରେ ତାଙ୍କର ପିତାମାତାଙ୍କ ଆଡ୍ରେସ୍‌ ଭଳି ବ୍ୟକ୍ତିଗତ ସୂଚନା ମଧ୍ୟ ସାମିଲ ଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.