ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଓସାମାକୁ ମାରିଥିବା ନେଭି ସିଲ୍ ଟିମ୍‌-୬ ତାଇୱାନ ଫୋର୍ସକୁ ଦେଉଛି ଟ୍ରେନିଂ, ବଢି ପାରେ ଚୀନ୍‌ର ମୁସ୍କିଲ

ନୂଆଦିଲ୍ଲୀ : ତାଇୱାନ ସାଗରରେ ଚୀନ୍‌ ଲଗାତାର ଅନେକ ହରକତ ଚଳେଇଛି। ସମୁଦ୍ରରେ ମିଲିଟାରୀ ଡ୍ରିଲ୍‌ କରୁଛି। ସାମରିକ ଜାହାଜ ଓ ବ୍ୟବସାୟିକ ଡଙ୍ଗାକୁ ରୋକୁଛି। ଏହାସହ ଏହା ବି ଶୁଣିବାକୁ ମିଳୁଛି କି, ଚୀନ ତାଇୱାନ ଉପରେ ହମଲାର ପ୍ରସ୍ତୁତିରେ ଲାଗି ପଡ଼ିଛି। ଏମିତି ସ୍ଥିତିରେ ଆମେରିକୀୟ ନୌସେନାର ସ୍ପେଶାଲ କମାଣ୍ଡୋ ୟୁନିଟ୍‌ ଅର୍ଥାତ୍‌ ନେଭି ସିଲ୍ ଟିମ୍‌ -୬ ତାଇୱାନୀ ସେନାର ସ୍ପେଶାଲ ଫୋର୍ସକୁ ଟ୍ରେନିଂ ଦେଉଛି। ନେଭି ସିଲ୍‌ ଟିମ-୬ ସେହି କମାଣ୍ଡୋ ୟୁନିଟ୍‌ , ଯିଏକି ଓସାମା ବିନ୍‌ ଲାଡେନ୍‌କୁ ପାକିସ୍ତାନରେ ହିଁ ମାରି ଦେଇ ଥିଲେ। 

 କହି ରଖୁଛୁ କି , ଆମେରିକୀୟ ନେଭି ସିଲ୍‌ ଟିମ୍‌-୬ର ଟ୍ରେନିଂ ଖୁବ୍‌ କଠିନ ହୋଇଥାଏ। ତାଇୱାନର ଯବାନଙ୍କୁ ଏହାର ଟ୍ରେନିଂ ମିଳିବା ଦ୍ୱାରା ସ୍ଥାନୀୟ ସନ୍ତୁଳନ ରଖା କରିବା ଦିଗରେ ସାହାଯ୍ୟ ହେବ। ସିଲ୍‌ ଟିମ୍‌ ଏହି ସମୟରେ ତାଇୱାନକୁ ଭିଜିଟ୍‌, ବୋର୍ଡ , ସର୍ଚ୍ଚ ଆଣ୍ଡ ସିଜର ଟ୍ରେନିଂ ଦେଉଛନ୍ତି। ଏହା ଏକ ସ୍ୱତନ୍ତ୍ର ପ୍ରକାରର ନୌସୈନିକ ଟ୍ରେନିଂ , ଯେଉଁଥିରେ ତାଇୱାନୀ ସୈନିକ ଶତ୍ରୁକୁ ଖୋଜିବା, ତାକୁ ଘେରିବା ଓ ମାରିବା ଶିଖୁଛନ୍ତି । SEALs ବାସ୍ତବରେ Sea , Air ଓ Land ଟିମ୍‌ର ସର୍ଟ ଫର୍ମ। ଏହାକୁ ବିଶ୍ୱର ସବୁଠୁ ବିପଜ୍ଜନକ କମାଣ୍ଡୋ ଫୋର୍ସରେ ଗଣାଯାଏ । 

ଦୁନିଆର ସବୁଠୁ ଏଲିଟ୍ ସ୍ପେଶାଲ ଫୋର୍ସେସ ମଧ୍ୟରେ ଗୋଟିଏ ନେଭି ସିଲ୍‌ ଟିମ୍‌-୬ ତାଇୱାନୀ ସୈନିକଙ୍କୁ ଅଣ-ପାରମ୍ପରିକ ଯୁଦ୍ଧର ତରିକା ଶିଖାଉଛନ୍ତି। ଏହାସହ ଡାଇରେକ୍ଟ ଆକ୍ସନ ମିଶନରେ କେମିତି ଯିବାକୁ ହେବ ଏହା ମଧ୍ୟ କହୁଛନ୍ତି। ଏହା ବ୍ୟତୀତ କଠିନ ଶାରୀରିକ ଓ ମାନସିକ ଟ୍ରେନିଂ ଚାଲୁଛି। ନେଭି ସିଲ୍‌ ଟିମ୍‌-୬ର ଅପରେସନ୍ସର ସୂଚନା ଲିକ୍‌ ହୁଏ ନାହିଁ । ଏମାନେ ଚୁପଚାପ୍‌ ନିଜ କାମ କରନ୍ତି , ଆଉ ବାହାରି ଯାଆନ୍ତି । ଯେମିତି ଓସାମା ବିନ ଲାଡେନକୁ ମାରିବା ବେଳେ କରିଥିଲେ।

ସିଲ୍‌ ଟିମକୁ ତାଇୱାନରେ ମୁତୟନ କରି ଆମେରିକା ଏହା କହିବାକୁ ଚାହୁଁଛି କି , ସେ ନିଜର ମିତ୍ର ଦେଶର ସୁରକ୍ଷା ପାଇଁ ସଂପୂର୍ଣ୍ଣ ରୂପେ ତତ୍ପର ରହିଥାଏ। ଏହାସହ ଶତ୍ରୁକୁ ଦୂରେଇ ରହିବାକୁ ମେସେଜ ଦେଇଛି ଯେ ଏଠାରେ ଏକ ବଡ଼ ଲଢେଇ ପାଇଁ ଯୋଦ୍ଧାଙ୍କ ପ୍ରସ୍ତୁତି ଚାଲିଛି। 

ସିଲ୍‌ ଟିମ୍‌ -୬ ବିଶ୍ୱର ସବୁଠୁ ବିପଜ୍ଜନକ ଓ ଗୁପ୍ତ ସୈନ୍ୟ ୟୁନିଟ୍‌ ମଧ୍ୟରେ ଗୋଟିଏ, ଯାହା ବିଶେଷ ଭାବେ ଆତଙ୍କବାଦ ବିରୋଧି ଓ କାଉଣ୍ଟର-ଟେରରିଜିମ୍‌ ଅପରେସନ୍ସ ପାଇଁ ପ୍ରସ୍ତୁତ କରାଯାଇଛି। ନେଭି ସିଲ୍ ଟିମ୍‌-୬କୁ ଅଫିସିଆଲି ଭାବେ ୟୁନାଇଟେଡ୍‌ ଷ୍ଟେଟ୍ସ ନେଭିର ସ୍ପେଶାଲ ୱାରଫେୟାର ଡେଭଲପମେଣ୍ଟ ଗ୍ରୁପ୍‌ ଭାବେ ଜଣାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.