ନୂଆଦିଲ୍ଲୀ ୧୮/୯: ଆମେରିକୀୟ ନିବେଶକ ରେ ଡଲିଓ ଭାରତର ବିକାଶ ଉପରେ ଆଲୋଚନା କରି କହିଛନ୍ତି କି ଭାରତକୁ କେହି ରୋକି ପାରିବେନି । ସେ ଚାଇନା ନେତା ଡେଙ୍ଗ ଜିୟାଓପିଂଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା କରିଛନ୍ତି । ଆମେରିକାର ଲସ୍ ଆଞ୍ଜେଲସ୍ ସ୍ଥିତ ୟୁସିଏଲଏ ପରିସରର ରୟାସ ହଲରେ ଅଲ-ଇନ୍ ସମିଟ୍ ୨୦୨୩ରେ ରେ ଡେଲିଓ ଏହି କଥା କହିଛନ୍ତି ।
'भारत की संभावित विकास दर दुनिया में सबसे अधिक, भारत वहीं है जहां चीन 1984 में था', अमेरिकी इन्वेस्टर रे डेलियो ने की पीएम मोदी की डेंग जियाओपिंग से तुलना, बोले - भारत बहुत महत्वपूर्ण है, मुझे नहीं लगता कि कोई भी मुद्दा भारत को रोक पाएगा#PMModi | #Business | #development |… pic.twitter.com/J93z5tXDdj
— Asianetnews Hindi (@AsianetNewsHN) September 18, 2023
ଡେଲିଓ କହିଛନ୍ତି କି ‘ଆମ ପାଖରେ ଭାରତ ଏବଂ ବିଶ୍ୱର ଶୀର୍ଷ ୨୦ ଦେଶର ପାଇଁ ୧୦ ବର୍ଷର ବିକାଶ ହାରର ଆକଳନ ରହିଛି । ଭାରତ ଉଚ୍ଚ ବିକାଶ ହାର ବଜାୟ ରଖିବାର ବହୁତ ଅଧିକ ସମ୍ଭାବନା ରହିଛି । ମୋତେ ଲାଗୁଛି କି ମୋଦି ହେଉଛନ୍ତି ଜଣେ ଡେଙ୍ଗ ଜିୟାଓପିଂ । ସେ ବଡ ପରିମାଣରେ ସୁଧାର ଏବଂ ବିକାଶ କରିଛନ୍ତି ।’
ଡେଲିଓ କହିଛନ୍ତି କି ‘ଭାରତ ବହୁତ ମହତ୍ୱପୂର୍ଣ୍ଣ । ମୋତେ ଲାଗୁନି କି କୌଣସି ବି ମାମଲା ଭାରତକୁ ରୋକିପାରିବ । ଆମେ ଇତିହାସ ଦେଖିଛୁ କି ତଟସ୍ଥ ଦେଶ ଭଲ ପ୍ରଦର୍ଶନ କରନ୍ତି । ଆଜି ଆମେରିକା ଏବଂ ଚୀନ୍-ଋଷ୍ ଏବଂ ଅନେକ ସହଯୋଗୀ ଦେଶମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଭାରତ ଭଳି ତଟସ୍ଥ ଦେଶ ଏମିତି ସ୍ଥିତିରେ ଲାଭବାନ ହେବେ ।’