ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଭୋଟ ସଚେତନତା : ଶତ ପ୍ରତିଶତ ମତଦାନ ନେଇ ଶପଥ

 ମାଲକାନଗିରି,୯।୪ : ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତ ପ୍ରତିଶତ ମତଦାନ ଯେପରି ହେବ ସେ ନେଇ ଶପଥ ପାଠ କରାଯାଇଥିଲା।

 ସ୍ଥାନୀୟ କନିଷ୍ଠ ମହିଳା ମହାବିଦ୍ୟାଳୟ  ସଭା ଗୃହରେ ଏକଦିବସୀୟ ଭୋଟର ସ୍ଵାକ୍ଷରତା କ୍ଲବ ବିଷୟରେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି l ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭୋଟର ପଞ୍ଜିକରଣ ଅଧିକାରୀ ପ୍ରଭାତୀ ଝୋଡ଼ିଆ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଚୁନାୱ ପାଠଶାଳା ଏବଂ କ୍ଲବ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକ ସଚେତନ ହୋଇ ନିଜ ମନ ମୁତାବକ ଭୋଟ ଦାନ କରିବେ ସେ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଛାତ୍ରଛାତ୍ରୀମାନେ ସଚେତନ ହୋଇ, ଏହି ବାର୍ତ୍ତାକୁ ଗାଁ ଗହଳିରେ କିପରି ପ୍ରଚାର ପ୍ରସାର କରି ପାରିବେ ସେ ବିଷୟରେ ଦୃଷ୍ଟି ନିକ୍ଷେପ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସେଠୀ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ l 

ଏହି କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ୍ୱ ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରି ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ପଞ୍ଜିକରଣ ବିଷୟରେ ପ୍ରଶ୍ନୋତ୍ତର କରିଥିଲେ l ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ  ଶଙ୍କର୍ଷଣ ଖଣ୍ଡୁଆଳ ସହଯୋଗ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଭାରତର ଗଣପର୍ବରେ ସମସ୍ତଙ୍କୁ ସାମିଲ ହେବାପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ l ସଭା ଶେଷରେ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.