ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲଟି ପାଇଁ ହୋଇଥିଲା ଐତିହାସିକ ଯୁଦ୍ଧ; ପ୍ରାଣ ହରାଇଥିଲେ ୨ ହଜାରରୁ ଉର୍ଦ୍ଧ୍ୱ, ଏବେ ବି ଅଛି ଏହି ବାଲଟି

ନୂଆଦିଲ୍ଲୀ, ୪।୧୨ : ଦୁନିଆରେ ଅନେକ ଭୟାବହ ଯୁଦ୍ଧ ବିଷୟରେ ଆମେ ଶୁଣିଛେ । ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ନିଜ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଅଧିକାଂଶ ଯୁଦ୍ଧ ପଛରେ ଥିଲା ଗୋଟିଏ କାରଣ । ଅନ୍ୟ ରାଜ୍ୟକୁ ନିଜ କବଳରେ କରି ସେଠାରେ ନିଜ ସତ୍ତା ବିସ୍ତାରଲାଭ କରିବା । କିନ୍ତୁ, ଆଜିଠୁ ୬୯୫ ବର୍ଷ ପୂର୍ବେ ଦୁଇ ରାଜ୍ୟ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା । ଯାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର, ଗୋଟିଏ ବାଲଟି ପାଇଁ ଆରମ୍ଭ ହୋଇଥିଲା ଏହି ଯୁଦ୍ଧ । ଯେଉଁଥିରେ ପ୍ରାଣ ହରାଇଥିଲେ ୨ ହଜାରରୁ ଅଧିକ ସଂଖ୍ୟାର ଲୋକ ।

୧୩୨୫ ମସିହାର ଐତିହାସିକ ଘଟଣା । ଏହି ସମୟରେ ଇଟାଲୀର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇଥିଲା ଧାର୍ମିକ ବିବାଦ । ଏଠାରେ ଥିବା ୨ଟି ରାଜ୍ୟ ବୋଲୋଗନା ଓ ମୋଡେନା ମଧ୍ୟରେ ପ୍ରାୟ ସମୟରେ ଦେଖିବାକୁ ମିଳୁଥିଲା ଘମାଘୋଟ ଯୁଦ୍ଧ । ବୋଲୋଗନାକୁ ଇସାଇ ଧର୍ମଗୁରୁ ପୋପ୍‌ଙ୍କ ସମର୍ଥନ ମିଳିଥିବା ବେଳେ ମୋଡେନାକୁ ମିଳିଥିଲା ରୋମନ୍ ସମ୍ରାଟର ସମର୍ଥନ । ବୋଲୋଗନା ଲୋକଙ୍କ ମତରେ ପୋପ୍‌ ହିଁ ଇସାଇ ଧର୍ମର ପ୍ରକୃତ ଗୁରୁ । ଅନ୍ୟପଟେ ରୋମନ୍ ସମ୍ରାଟ ପ୍ରକୃତ ଗୁରୁ ବୋଲି ଦାବି କରୁଥିଲେ ମୋଡେନା ରାଜ୍ୟବାସୀ । 

ବୋଲୋଗନା ଓ ମୋଡେନା ମଧ୍ୟରେ ୧୨୯୬ ମସିହାରେ ପ୍ରଥମ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ଉଭୟ ରାଜ୍ୟ ମଧ୍ୟରେ ତିକ୍ତତା ଲାଗିରହିଥିଲା । କୁହାଯାଏ, ରୋନାଲ୍ଡୋ ବୋନାକୋଲ୍ସିଙ୍କ ଶାସନ କାଳରେ ବୋଲୋଗନା ଉପରେ ମୋଡେନା ବାରମ୍ୱାର ଆକ୍ରମଣ କରୁଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଏକ ବଡ଼ ଯୁଦ୍ଧ ଭାବେ ଉଭା ହୋଇଥିଲା । ୧୩୨୫ରେ ମୋଡେନାର କିଛି ସୈନିକ ଲୁକ୍କାୟିତ ଭାବେ ବୋଲୋଗନାର ଏକ କିଲ୍ଲାରେ ପଶି ସେଠାରୁ କାଠର ଏକ ବାଲଟି ଚୋରାଇ ନେଇଥିଲେ । ଯାହା ହୀରା-ମୋତି ଆଦି ସୁନାଗହଣାରେ ଭରପୂର ଥିଲା । ଏନେଇ ବୋଲୋଗନା ସେନା ଜାଣିବାକୁ ପାଇବା ପରେ ବାଲଟିକୁ ଫେରାଇ ଦେବାକୁ ମୋଡେନାକୁ କହିଥିଲେ । କିନ୍ତୁ, ଏହାକୁ ଫେରାଇବାକୁ ମୋଡେନା ରୋକ୍‌ଠୋକ୍ ମନା କରିଦେଇଥିଲା । ଏହାପରେ ମୋଡେନା ବିରୋଧରେ ବୋଲୋଗନା ଯୁଦ୍ଧ ଘୋଷଣା କରିଥିଲା । 

ବୋଲୋଗନା ପାଖରେ ସେ ସମୟରେ ୩୨ ହଜାର ସୈନ୍ୟ ଥିବାବେଳେ ମୋଡେନା ପାଖରେ କେବଳ ୭ ହଜାର ସୈନ୍ୟ ଥିଲେ । ଉଭୟ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ସକାଳେ ଆରମ୍ଭ ହୋଇ ରାତି ଯାଏ ଚାଲିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏତେ କମ୍ ସୈନିକ ଥିବା ସତ୍ତ୍ୱେ ମୋଡେନା ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲା । ଏହି ଯୁଦ୍ଧରେ ୨ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ । ବୋଲୋଗନା ଓ ମୋଡେନା ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ପରବର୍ତ୍ତୀ ସମୟରେ ‘ୱାର୍ ଅଫ୍ ଦି ବକେଟ୍‌’ ଏବଂ ‘ୱାର୍ ଅଫ୍ ଦି ଓକେନ୍ ବକେଟ୍’ ନାଁରେ ପରିଚିତ ହେଲା । ତେବେ ଏହି ବାଲଟିଟିକୁ ଆଜି ଯାଏ ଏକ ମ୍ୟୁଜିୟମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.