ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୪୧ ଛୁଇଁଲା, ୪ ଦିନରେ ୪୩ ଡିଗ୍ରୀ ଛୁଇଁବ ପାରଦ

Published By : Prameya | March 31, 2024 7:14 AM

ଭୁବନେଶ୍ୱର,୩୧/୦୩:  ନିର୍ବାଚନ ତାତି ଜୋର୍‌ ଧରୁଛି । ତାକୁ ତାଳ ଦେଇ ବଢ଼ୁଛି ସୂର୍ଯ୍ୟ ଦେବଙ୍କ ପ୍ରକୋପ ।  ମାଲକାନଗିରିରେ ଶନିବାର ୪୧ଡିଗ୍ରୀ ଛୁଇଁଛି ତାତି । ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର  ଓ ନୟାଗଡ଼ରେ ୪୦ଡିଗ୍ରୀ ଟପି ଯାଇଛି। ଦିନ  ୧୧ଟାରୁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳି  ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।  

ଆଗକୁ ତାତି ଆହୁରି ସାଙ୍ଘାତିକ ହେବ । ୩ରୁ ୪ ଦିନରେ ତାତି ୪୩ ଛୁଇଁବ । ଆକାଶରୁ ନିଆଁ ବର୍ଷିବ । ଉପକୂଳ ଠୁ ପଶ୍ଚିମ, ଦକ୍ଷିଣ  ଓ ଆଭ୍ୟନ୍ତରୀଣ- ସାରାଓଡ଼ିଶା ଜଳିବ ।  ଓଡ଼ିଶା ଦିବସ ଠାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ । ଜଳପାଣିପାଗ ପୂର୍ବାନୁମାନ  ଏମିତି ସତର୍କ ଘଣ୍ଟି ବଜାଇଛି ।  

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  କହୁଛି, ଏପ୍ରିଲ ୨ ତାରିଖରେ ବୌଦ୍ଧରେ  ତାତି ୪୩ ଡିଗ୍ରୀ ଛୁଇଁପାରେ । ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା  ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ  କେନ୍ଦ୍ର ସତର୍କ କରାଇଛି ।  

ରବିବାର ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଓ  ପାରଳାଖେମୁଣ୍ଡିରେ ତାତି ୪୧ ଡିଗ୍ରୀ ଛୁଇଁପାରେ । ସୋମବାର ଅନୁଗୁଳ, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି ଓ ନବରଙ୍ଗପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । 

ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ୁଥିବାରୁ  ଏଣିକି ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ  ସ୍କୁଲ୍‌ରେ ପାଠପଢ଼ା ହେବ । ପ୍ରଥମରୁ ଦ୍ୱାଦଶ  ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଏଭଳି  ନିଷ୍ପତ୍ତି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।  ସମସ୍ତ ସରକାରୀ, ବେସରକାରୀ  ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍‌ଗୁଡ଼ିକ  ସକାଳୁଆ ସ୍କୁଲ୍‌ ଖୋଲିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସ୍କୁଲ୍‌ରେ ପିଇବା ପାଣି,  ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ  ରଖିବାକୁ କୁହାଯାଇଛି । ଜିଲ୍ଲାପାଳମାନେ ନିଜ ଅଞ୍ଚଳର ଖରା ଓ  ତାତିକୁ ଦେଖି ସ୍କୁଲ୍‌ ଖୋଲିବା ଓ ବନ୍ଦ କରିବାସମୟ ପରିବର୍ତ୍ତନ  କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । 

ଆଗକୁ ତାପମାତ୍ରା  ବଢ଼ିବାର ଆଶଙ୍କା ଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ  ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି ।  ଦିନରେ ପ୍ରବଳ ଖରା ଯୋଗୁ ତାତି ଅନୁଭୂତ ହେଉଛି । ପୁଣି  ଆର୍ଦ୍ରତା ଅଧିକ ଯୋଗୁ ଭୀଷଣ ଗୁଳଗୁଳି ହେଉଛି । ରାତିରେ  ବି ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ  ହୋଇପାରେ । ଏଭଳି ତାତି ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ  ବିପଜ୍ଜନକ । ସେମାନେ ସତର୍କ ରୁହନ୍ତୁ । ଅନ୍ୟମାନେ ଦିନ ୧୦ଟାରୁ  ୩ଟା ଯାଏ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ନିଅନ୍ତୁ ।  

ଗ୍ରୀଷ୍ମପ୍ରବାହ ଓ ତାତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ  ବିଭିନ୍ନ ସରକାରୀ ବିଭାଗକୁ ଏକାଧିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳାଭାବ ଅଞ୍ଚଳ ଚିହ୍ନଟ କରି ୱାଟର ଟ୍ୟାଙ୍କ ଯୋଗେ  ପାଣି ଯୋଗାଇବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ  ନିର୍ଦ୍ଦେଶ ମିଳିଛି । ଦିନ ସମୟରେ ନିରାଶ୍ରୟଙ୍କ ପାଇଁ ଉଭୟ ଗାଁ  ଓ ସହରରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବାକୁ କୁହାଯାଇଛି । 

ଶନିବାର ରାଜ୍ୟର ୫ ସହର ୪୦ ଡିଗ୍ରୀ ଉପରେ ଥିଲା ।  ଭବାନୀପାଟଣାରେ ୩୯.୮, ସୋନପୁର ଓ ନୂଆପଡ଼ାରେ ୩୯.୪, ଝାରସୁଗୁଡ଼ାରେ ୩୯.୩, ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରେକର୍ଡ  ହୋଇଛି । କଟକରେ ୩୭.୬ ଓ ଭୁବନେଶ୍ୱରରେ ୩୭ ଡିଗ୍ରୀ  ରହିଛି। ଆଗକୁ ତାତି ଆହୁରି କଲବଲ କରିବ । ଆସନ୍ତା ୪ରୁ  ୫ ଦିନ ଯାଏ ରାଜ୍ୟରେ ଅସମ୍ଭାଳ ତାତି ହେବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି ।

  • prameyanews
  • PrameyaOdia
  • prameya
  • Weather update
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.