ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୦୪/୦୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁଛି । ତେଲେଙ୍ଗାନା, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆଗାମୀ ୫ ଦିନ ଭିତରେ ଏହା ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ ଅଛି । ସ୍ୱାଭାବିକ ଭାବେ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ଓଡ଼ିଶାରେ ପହଞ୍ଚିଥାଏ । ଏଥର ଏହା ଆଗୁଆ ବା ୮ ତାରିଖ ଭିତରେ ଓଡ଼ିଶାକୁ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡା. ମନୋରମା ମହାନ୍ତି କହିଛନ୍ତି, ମୌସୁମୀ ଓଡ଼ିଶାରେ ଆଗୁଆ ପହଞ୍ଚିବା ପାଇଁ ପାଗ ଅନୁକୂଳ ଅଛି । ଆସନ୍ତା  ୪ରୁ ୫ ଦିନ ଭିତରେ ଦକ୍ଷିଣ ଛତିଶଗଡ଼ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପହଞ୍ଚିବାକୁ ସ୍ଥିତି ଅନୁକୂଳ ଅଛି ବୋଲି ସେ କହିଛନ୍ତି । ତେବେ ୫ ଓ ୬ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ତେବେ ଆଗକୁ ପଶ୍ଚିମ ଓଡ଼ିଶାରେ ତାତି ଅପେକ୍ଷାକୃତ କମିବ । ଗ୍ରୀଷ୍ମପ୍ରବାହ ସ୍ଥିତି ରହିବନି । ତଥାପି ଅଧିକାଂଶ ସ୍ଥାନରେ ତାତି ୪୦ରୁ ୪୨ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ କନ୍ଧମାଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ରହିବ । ୫ରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିବ । ୬ରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ମେଘୁଆ ପାଗ ଯୋଗୁ ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ଖସିଥିଲା । କେବଳ ୩ଟି ସ୍ଥାନରେ ତାତି ୪୦ ଡିଗ୍ରୀ ଉପରେ ଥିଲା । ବାକି ସବୁ ସ୍ଥାନରେ ୪୦ ଡିଗ୍ରୀରୁ କମ୍‌ ରହିଥିଲା । ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୧.୬ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଟିଟିଲାଗଡ଼ରେ ୪୧, ବଲାଙ୍ଗୀରରେ ୪୦.୪ଡିଗ୍ରୀ ରେକର୍ଡ ହୋଇଛି ।

ସୋମବାର ସରକାର ଆଉ ୪ ଅଂଶୁଘାତ ମୃତ୍ୟୁକୁ ମାନିଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସରକାରୀ ଭାବେ ଏ ନେଇ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି । ସୋମବାର  ସୁଦ୍ଧା ଆସିଥିବା ୧୪୭ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଭିତରୁ ୩୦ଜଣଙ୍କର ମୃତ୍ୟୁ ଅଂଶୁଘାତ କାରଣରୁ ହୋଇଛି । ୨୦ଜଣ ଅନ୍ୟ କାରଣରୁ ପ୍ରାଣ ହରାଇଛନ୍ତି । ୯୭ଟି ମୃତ୍ୟୁ ମାମଲା ଏବେ ବି ଜିଲ୍ଲାପାଳଙ୍କ ତଦନ୍ତ ଅପେକ୍ଷାରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୬ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କଟକ ମାହାଙ୍ଗାରେ ୧୪୦ମିମି, କଟକ କଣ୍ଟାପଡ଼ାରେ ୧୨୫ମିମି, ଜଗତ୍‌ସିଂହପୁର କୁଜଙ୍ଗରେ ୧୨୨, କେନ୍ଦ୍ରାପଡ଼ା ମାର୍ଶାଘାଇରେ ୧୨୧, ତିର୍ତ୍ତୋଲରେ ୯୮, କନ୍ଧମାଳ ଖଜୁରୀପଡ଼ାରେ ୯୩.୪, କଟକରେ ୯୧, କେନ୍ଦ୍ରାପଡ଼ା ଗରଦପୁରରେ ୮୭, ଜଗତସିଂହପୁର ଆଳିରେ ୮୫.୬, ଡେରାବିଶରେ ୮୨ ଓ ସମ୍ବଲପୁର ଯୁଯୁମରାରେ ୭୪.୫ମିମି ବର୍ଷା ହୋଇଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.