ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୱେଟ୍ ଲସ୍ ପାଇଁ ଖାଆନ୍ତୁ ଡ୍ରାଏ ଫ୍ରୁଟ୍ସ, ଦୈନିକ ଖାଇଲେ ମିଳିବ ଏଭଳି ଫାଇଦା...

ଭୁବନେଶ୍ୱର, ୨୭।୧: ଡ୍ରାଏ ଫ୍ରୁଟ୍ସ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ, ଜାଣିଛନ୍ତି କି ହେଲେ ଡ୍ରାଏ ଫ୍ରୁଟ୍ସ ଖାଇ ଆପଣ ନିଜର ଓଜନ ମଧ୍ୟ କମାଇପାରିବେ । ଡ୍ରାଏ ଫ୍ରୁଡ୍ସ ଖାଆନ୍ତୁ, ଦେଖିବେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ । କେଉଁ ଡ୍ରାଏଫ୍ରୁଟ୍ସ ଓଜନ ହ୍ରାସ କରିବାରେ ସହାୟକ ହେବ ଆସନ୍ତୁ ଜାଣିବା...

ଆଲମଣ୍ଡ : ଆଲମଣ୍ଡରେ ଫ୍ୟାଟ୍, ଫାଇବର ଓ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଛି । ତେଣୁ ଆଲମଣ୍ଡ ଖାଇବା ଦ୍ୱାରା ପେଟ ପୂର୍ଣ୍ଣ ହେବା ପରି ଲାଗିଥାଏ, ଯାହା ଫଳରେ ଆମର ଜଙ୍କଫୁଡ୍ ଖାଇବାକୁ ଇଚ୍ଛା ହୋଇନଥାଏ । ତେଣୁ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହାସହ ଆଲମଣ୍ଡ ଖାଇଲେ ଏହା ଶରୀରକୁ ଭିଟାମିନ୍ ଇ ଓ ମ୍ୟାଗ୍ନେସିୟମ୍ ଯୋଗାଇଥାଏ ।  

ୱାଲନଟ୍ସ : ଓଜନ ହ୍ରାସ ପାଇଁ ୱାଲନଟ୍ସ ସବୁଠାରୁ ଭଲ ଅପ୍‌ସନ୍ । ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ଫାଇବର୍, ପ୍ରୋଟିନ୍ ଥିବାରୁ ଏହା ଆମର ଭୋକ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ସେହିଭଳି ଏଥିରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ମଧ୍ୟ ଖୁବ୍ ଅଧିକ ରହିଥାଏ । ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । 

ଖଜୁରୀ : ଖଜୁରୀରେ ପ୍ରାକୃତିକ ମିଠା ରହିବା ସହିତ ଏହା ଆମ ଶରୀରକୁ ଖୁବ୍ ଅଧିକ ମାତ୍ରାରେ ଫାଇବର ଯୋଗାଇଥାଏ । ତେଣୁ ଏହାକୁ ଆପଣ ପ୍ରତିଦିନ ଖାଉଥିବା ମିଠା ପରିବର୍ତ୍ତେ ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ ।    

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.