ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପୂର୍ବରୁ ଟିଏମସି ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୫/୫: ନିର୍ବାଚ ପୂର୍ବରୁ ପଶ୍ଚିମବଙ୍ଗରୁ ପୁଣି ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗତକାଲି ରାତିରେ ମିଦାନପୁର ଜିଲ୍ଲାର ମହିଷାଦାଲରେ ତୃଣମୂଳ କଂଗ୍ରେସ ନତାଙ୍କୁ ହତ୍ୟା କରାଯାଇଛି । ତେବେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନେତାଙ୍କ ନାମ ଶେଖ ମାଇବୁଲ ବୋଲି ଜଣାପଡିଛି । ସେ ଗ୍ରାମ ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ । 

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧ ଟା ସମୟରେ ପାର୍ଟି କର୍ମୀଙ୍କୁ ଛାଡି ମାଇବୁଲ ବାଇକରେ ଘରକୁ ଫେରୁଥିଲେ । ତା’ପରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀମାନେ ତାଙ୍କୁ ଅନେକ ଥର ତୀକ୍ଷ୍ନ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ମାଇବୁଲଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.