ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲଏସିରେ ଡ୍ରାଗନ୍ ସେନା ସହ ଭାରତୀୟ ମେଷ ପାଳକଙ୍କ ସଂଘର୍ଷ, ଭିଡିଓ ସେୟାର କରି କଡା କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୧: ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଉତ୍ତରରେ ଭାରତୀୟ ମେଷ ପାଳକ ଓ ଚୀନ୍ ସୈନିକଙ୍କ ଭିତରେ ସଂଘର୍ଷ। ଏହା କାରଣ ହେଉଛି ଏଲଏସି ନିକଟ‌‌କୁ ଚୀନ୍ ସୈନିକମାନ ଭାରତୀୟ ମେଷ ପାଳକଙ୍କୁ ଯିବାକୁ ମନା କରିଥିଲେ। ୨୦୨୦ ରେ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ସ୍ଥାନୀୟ ମେଷ ପାଳକ ଏହି ଅଞ୍ଚଳରେ ନିଜର ପଶୁଙ୍କ ଚରାଇବା ବନ୍ଦ କରିଦେଇଥିଲେ। ହେଲେ ଏବେ ଯାଇଥିବା ସମୟରେ ତାଙ୍କୁ ଅଟକା ଯାଇଥିଲା। ତେବେ ଭାରତୀୟ ମେଷ  ପାଳକ ଏହାକୁ ବିରୋଧ କରି କହିଲେ ଏହା ହେଉଛି ଆମ ଭାରତୀୟ ଅଞ୍ଚଳ।

ଯେତେବେଳେ ଭାରତୀୟ ମେଷ ପାଳକ ଡ୍ରାଗନ୍ ସେନା ସହ ହାତାହାତି ହେଉଥିଲେ, ସେତେବେଳେ ଭାରତୀୟ ସୈନିକ ସେଠାରେ ପହଁଞ୍ଚି ତାଙ୍କର ସାହାଯ୍ୟ କରିଥିଲା। ତେବେ ଦୁଇ ଦେଶର ସୈନିକଙ୍କ ଭିତରେ  ହିଂସା ଘଟିଥିବାର ସୂଚନା ନାହି। ତେବେ ଭାରତୀୟ ମେଷ ପାଳକ ଚୀନ୍ ସୈନିକଙ୍କ ସହ ହାତାହାତି ହେବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ମେଷପାଳକଙ୍କ ସାହାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି ।

ଲଦାଖରେ ଭାରତୀୟ ମେଷପାଳକମାନଙ୍କୁ ଅଟକାଇବା ସମୟର ଭିଡିଓ ସେୟାର କରି  କଂଗ୍ରେସ  ଲେଖିଛି, 'ଚୀନ୍ ଏହାର ହୀନ କାର୍ଯ୍ୟକଳାପକୁ ବନ୍ଦ କରିପାରୁନି। ବର୍ତ୍ତମାନ ଲଦାଖରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଚାଇନାର ସୈନିକମାନେ ମେଷପାଳକଙ୍କୁ ଆମ ଦେଶରେ ପ୍ରବେଶ କରିବାକୁ ଅଟକାଉଛନ୍ତି। ଚାଇନାର ସୈନିକମାନେ ମଧ୍ୟ ମେଷପାଳକଙ୍କ ସହିତ ସଂଘର୍ଷ କରିଛନ୍ତି।’

ଭିଡିଓ ଟୁଇଟ୍ କରି କଂଗ୍ରେସ ପ୍ରଶ୍ନ ପଚାରିଛି, ଚୀନ୍ କିପରି ସାହସ କରୁଛି? ସେମାନେ କିପରି ଆମ ଦେଶରେ ପାଦ ଦେବାକୁ ସାହସ କଲେ? ଏହା ସହିତ କଂଗ୍ରେସ ଦଳ କଡା ଶବ୍ଦରେ ଲେଖିଛି, 'ପ୍ରଧାନମନ୍ତ୍ରୀ ମୋଦି ଏଥର ମଧ୍ୟ ଚାଇନାକୁ ଏକ କ୍ଲିନ୍ ଚିଟ୍ ଦେଇ କହିବେ ନା କେହି ପ୍ରବେଶ କରିନାହାନ୍ତି। କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ସରକାରଙ୍କୁ ଦାବି କରାଯାଇଛି ଯେ, ଚୀନ୍‌ ସୈନିକଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ତାଙ୍କୁ କଡା ବାର୍ତ୍ତା ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.