ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ୟାସ ଚୁଲାରୁ ନିଆଁ ଲାଗି ମହିଳାଙ୍କ ମୃତ୍ୟୁ , ବଞ୍ଚାଇବାକୁ ଯାଇ ସ୍ୱାମୀ ଓ ପୁଅ ଆହତ

ଖଲ୍ଲିକୋଟ , ୨୯।୪ : ଗ୍ୟାସ ଚୁଲାରୁ  ନିଆଁ ଲାଗି  ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ  ଘଟିଛି। ଅନ୍ୟପକ୍ଷରେ ମହିଳାଙ୍କୁ   ବଞ୍ଚେଇବାକୁ  ଯାଇ ତାଙ୍କ ସ୍ୱାମୀ ଓ ପୁଅ ଆହତ ହୋଇଥିବା ବେଳେ ଘରର ଏଭଳି ଘଟଣାରେ ମିୟମ୍ରାଣ ହୋଇ  ଶ୍ୱଶୁର ଆଖି ବୁଜିଛନ୍ତି। ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ଏପରି ଘଟଣା ଘଟିଛି।  ମୃତକ  ଜଣକ ହେଲେ ବ୍ରହ୍ମପୁର ଗ୍ରାମର ମିନତି ଲେଙ୍କା । 

 ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ଗ୍ରାମର ମିନତି ଲେଙ୍କା ଗତ ୧୪ ବର୍ଷ ତଳେ ସିକୁଳା ଗ୍ରାମ ର ଯୋଗେନ୍ଦ୍ର ଲେଙ୍କା ଙ୍କୁ ବିବାହ କରିଥିଲେ। ଇତି ମଧ୍ୟରେ ତାଙ୍କର ଦୁଇଟି ପୁଅ ଅଛନ୍ତି। ଗତ ୧୫ ତାରିଖ ସନ୍ଧ୍ୟା ରେ ମିନତୀ ରୋଷେଇ କରିବା ପାଇଁ ଗ୍ୟାସ ଚୁଲା ରେ ଅଗ୍ନି ସଂଯୋଗ କରିବା ମାତ୍ରେ ନିଆଁ ହୁତୁହୁତୁ ହୋଇ ଜଳି ଉଠିଥିଲା। ମିନତୀ ଙ୍କ ଶାଢ଼ୀ ରେ ନିଆଁ ଲାଗି ଶରୀର ର ପ୍ରାୟ ୭୦ ଭାଗ ପୋଡି ଯାଇଥିଲା। ମିନତୀ ଙ୍କ ଚିତ୍କାର ଶୁଣି ପାଖ ରୁମ ରେ ଥିବା ସ୍ୱାମୀ ଯୋଗେନ୍ଦ୍ର ଲେଙ୍କା ଓ ୧୧ ବର୍ଷ ର ସାନ ପୁଅ କାହ୍ନା ଲେଙ୍କା ଦୌଡ଼ି ଆସି ବଂଚେଇବାକୁ ଚେଷ୍ଟା କରିବା ବେଳେ ସେମାନେ ମଧ୍ୟ ନିଆଁ ରେ ପୋଡି ହୋଇ ଆହତ ହୋଇଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ନେଇ ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିଲା । 

 ତେବେ ସେଠାରେ ଆଶା ଜନକ ଚିକିତ୍ସା ସୁବିଧା ନ ମିଳିବାରୁ ମିନତିଙ୍କ ବାପ ଘର ନୂତନ ବ୍ରହ୍ମପୁର କୁ ନେଇ ଆସିଥିଲେ । ଆଜି ସନ୍ଧ୍ୟା ରେ ମିନତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସର ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଘର ର ଏଭଳି ଅବସ୍ଥା ଦେଖି ମିନତୀ ଙ୍କ ଶ୍ୱଶୁର ବିଜୟ ଲେଙ୍କା (୭୦) ଚିନ୍ତା ରେ ଗତ ସୋମବାର ଆଖି ବୁଜିଛନ୍ତି।ମିନତୀ ଙ୍କ ମୃତ୍ୟୁ ସମ୍ପର୍କରେ ମେଡ଼ିକାଲ ପକ୍ଷରୁ ଖଲ୍ଲିକୋଟ ଥାନା ପୋଲିସକୁ ଖବର ଦିଆ ଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.