ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇରାନ କବଳରୁ ମୁକ୍ତ ହେଲେ ଇସ୍ରାଏଲୀୟ ଜାହାଜରେ ବନ୍ଧକ ଥିବା ଭାରତୀୟ ମହିଳା , ପହଞ୍ଚିଲେ କେରଳରେ

ନୂଆଦିଲ୍ଲୀ : ଇରାନ ଦ୍ୱାରା ବନ୍ଧକ ଇସ୍ରାଏଲର ମାଲବାହୀ ଜାହାଜର ଚାଳକ ଦଳର ୧୭ ଜଣ ଭାରତୀୟ ସଦସ୍ୟଙ୍କ ମଧ୍ୟରେ ,ଜଣେ ମାତ୍ର ଥିବା ମହିଳାଙ୍କୁ ଗୁରୁବାର ମୁକ୍ତ କରି ଦିଆ ଯାଇଛି। ବିଦେଶ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ସେ କହିଛି କି, ମାଲବାହୀ ଜାହାଜ ଏମଏସସି ଏରିଜରେ ଥିବା ଭାରତୀୟ ଚାଳକ ଦଳରେ ସାମିଲ କେରଳର ତ୍ରିଶୂରରେ ରହୁଥିବା ମହିଳା କ୍ୟାଡେଟ୍‌ ଏନ୍‌ ଟେସସା ଜୋସେଫ୍‌ କୋଚିନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ, ଇରାନରେ ଭାରତୀୟ ଦୂତାବାସ ଅନ୍ୟ ୧୬ ଭାରତୀୟ କର୍ମୀଙ୍କ ସହ ସଂପର୍କରେ ଅଛନ୍ତି। 

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତୀୟ ଦୂତାବାସ ଇରାନୀ ଅଧିକାରୀଙ୍କ ସମର୍ଥନରେ ଜୋସେଫ୍‌ଙ୍କର ଭାରତ ଫେରିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କି, ଦୂତାବାସ ଅନ୍ୟ ୧୬ ଭାରତୀୟ ଚାଳକ ଦଳର ସଦସ୍ୟଙ୍କ ଫେରିବା ନେଇ ଇରାନୀ ପକ୍ଷ ସହ ସଂପର୍କରେ ଅଛନ୍ତି। ଜୟସୱାଲ କ୍ଷେତ୍ରୀୟ ପାସପୋର୍ଟ ଅଧିକାରୀଙ୍କ ଦ୍ୱାରା କୋଚିନ ବିମାନ ବନ୍ଦରରେ ଜୋସେଫ୍‌ଙ୍କୁ ସ୍ୱାଗତ କରି ଏକ ଫଟୋ ପୋଷ୍ଟ କରିଛନ୍ତି। 


ଉଲ୍ଲେଖନୀୟ ଯେ, ୧୭ ଭାରତୀୟ କଣ୍ଟେନର ଜାହାଜ ଏମଏସସି ଏରିଜର ୨୫ ସଦସ୍ୟ ବିଶିଷ୍ଟ ଚାଳକ ଦଳର ସଦସ୍ୟ ଥିଲେ, ଯାହାଙ୍କୁ ୧୩ ଅପ୍ରେଲରେ ହୋର୍ମୁଜ ଠାରେ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କପର୍ସ (ଆଇଆରଜିସି) ର ଏକ ସ୍ପେଶାଲ ଫୋର୍ସ ୟୁନିଟ୍‌ ବନ୍ଧକ କରି ନେଇ ଥିଲା। ଇରାନର ବିଦେଶ ମନ୍ତ୍ରଣାଳୟ ଏହି ସପ୍ତାହରେ କହିଥିଲା କି ସାମୁଦ୍ରୀକ ଆଇନ୍‌ର ଉଲ୍ଲଙ୍ଘନ କରିବାରେ ମାଲବାହୀ ଜାହାଜକୁ ବନ୍ଧକ କରିନିଆ ଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.