ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରିକେଟ ମୈଦାନରେ ପୁଣି ଭାରତ-ପାକିସ୍ତାନ ଟକ୍କର, ମହିଳା ଏସିଆ କପ୍‌ ୨୦୨୪ର ସିଡ୍ୟୁଲ ଜାରି

ନୂଆଦିଲ୍ଲୀ,୨୭।୩: କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ପୁଣିଥରେ ମୈଦାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ମହିଳା ଏସିଆ କପ୍‌ର ଜାରି ହୋଇଛି ସିଡ୍ୟୁଲ। ଶ୍ରୀଲଙ୍କାର ଡମ୍ବୁଲାରେ ଭାରତ ଓ ପାକିସ୍ତାନ ମହିଳା କ୍ରିକେଟ ଟିମ୍‌ ହେବେ ମୁହାଁମୁହିଁ। ଦୁଇ ଦେଶ ଭିତରେ ଏସିଆ କପ୍ ୨୦୨୪ ବେଳେ ବ୍ଲକବଷ୍ଟର ମୁକାବିଲା ହେବ। ଏସିଆନ୍ କ୍ରିକେଟ କାଉନସିଲ(ଏସିସି) ୨୬ ମାର୍ଚ୍ଚ(ମଙ୍ଗଳବାର) ଓ୍ବିମେନ୍ସ ଏସିଆ କପ୍‌ର ସିଡ୍ୟୁଲ ଜାରି କରି ଦେଇଛି।

ଓ୍ବିମେନ୍ସ ଏସିଆ କପ୍ ୨୦୨୪ରେ ଭାରତ-ପାକିସ୍ତାନ ଭିତରେ ମ୍ୟାଚ୍‌ ୨୧ ଜୁଲାଇରେ ହେବ। ଉଲ୍ଲେଖନୀୟ ଯେ, ଓ୍ବିମେନ୍ସ କପ୍ ୧୯ ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଶ୍ରୀଲଙ୍କାର ଡାମ୍ବୁଲାରେ ଆୟୋଜିତ ହେବାର ଅଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ରହିବେ। ବର୍ତ୍ତମାନ ଚମ୍ପିଆନ ଭାରତକୁ ପାକିସ୍ତାନ, ନେପାଳ ଓ ୟୁଏଇ ସହିତ ଗ୍ରୁପ୍‌-ଏରେ ରଖାଯାଇଛି। ସେଭଳି ଦ୍ବିତୀୟ ଗ୍ରୁପ୍‌ରେ ବାଂଲାଦେଶ, ମାଲେସିଆ, ନେପାଳ ଓ ୟୁଏଇ ସହିତ ଗ୍ରୁପ୍‌-ଏ’ରେ ରଖାଯାଇଛି। ସେଭଳି ଦ୍ବିତୀୟ ଗ୍ରୁପ୍‌ରେ ବାଂଲାଦେଶ, ମାଲେସିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ରହିଛି। ଗତ ସଂସ୍କରଣରେ କେବଳ ୭ଟି ଟିମ୍ ଭାଗ ନେଇଥିଲେ।

ଓ୍ବିମେନ୍ସ ଏସିଆ କପ୍‌ରେ ଭାରତୀୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍ ୧୯ ଜୁଲାଇରେ ୟୁଏଇରେ ଖେଳିବ। ପରେ ପାକିସ୍ତାନ ସହ ମ୍ୟାଚ୍‌ ପରେ ତା’ର ଟକ୍କର ୨୩ ଜୁଲାଇରେ ନେପାଳ ସହ ହେବ। ପ୍ରତ୍ୟେକ ଗ୍ରୁପ୍‌ରୁ ଟପ୍- ଦୁଇ ଟିମ୍‌ ସେମିଫାଇନାଲ ପାଇଁ କ୍ବାଲିଫାଏ କରିବ। ସେମି ଫାଇନାଲ ମ୍ୟାଚ୍‌ ୨୬ ଜୁଲାଇ, ସେଭଳି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୨୮ ଜୁଲାଇରେ ଖେଳାଯିବ।

ଏସିଆ କପ୍ ୨୦୨୪ର ପୁରା ସିଡ୍ୟୁଲ

  ଜୁଲାଇ ୧୯- ଭାରତ ବନାମ ୟୁଏଇ ଓ ପାକିସ୍ତାନ ବନାମ ନେପାଳ 

  ଜୁଲାଇ ୨୦- ମ୍ୟାଲେସିୟା ବନାମ ଥାଇଲ୍ୟାଣ୍ଡ ଓ ଶ୍ରୀଲଙ୍କା ବନାମ ବାଂଲାଦେଶ 

  ଜୁଲାଇ ୨୧ –ନେପାଳ ବନାମ ୟୁଏଇ ଓ ଭାରତ ବନାମ ପାକିସ୍ତାନ

  ଜୁଲାଇ ୨୨- ଶ୍ରୀଲଙ୍କା ବନାମ ମ୍ୟାଲେସିୟା ଓ ବାଂଲାଦେଶ ବନାମ ଥାଇଲ୍ୟାଣ୍ଡ 

  ଜୁଲାଇ ୨୩ – ପାକିସ୍ତାନ ବନାମ ୟୁଏଇ ଓ ଭାରତ ବନାମ ନେପାଳ 

  ଜୁଲାଇ ୨୪ – ବାଂଲାଦେଶ ବନାମ ମ୍ୟାଲେସିୟା ଓ ଶ୍ରୀଲଙ୍କା ବନାମ ଥାଇଲ୍ୟାଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.