ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମଦ ଦୋକାନ ଉଛେଦ ଦାବିରେ ମହିଳାଙ୍କ ପଦଯାତ୍ରା, ଅଞ୍ଚଳରେ ତୀବ୍ର ଅସନ୍ତୋଷ…

Published By : Prameya | April 20, 2024 5:05 PM

ଫିରିଙ୍ଗିଆ ୨୦/୦୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବଇରୀକୁମ୍ପା ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଗତ ୨ ବର୍ଷ ପୂର୍ବରୁ ଏହି ମଦ ଦୋକାନକୁ ଅଞ୍ଚଳବାସୀ ଉଛେଦ କରିବା ଦାବିରେ ପ୍ରବଳ ବିରୋଧ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ବୈଠକରେ ମଧ୍ୟ ମଦ ଦୋକାନ ଉଛେଦ ପାଇଁ ଆଲୋଚନା ହୋଇଥିଲା l ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ସାଧାରଣ ଲୋକେ ମଧ୍ୟ ମଦ ଦୋକାନକୁ ବିରୋଧ କରିବା ସହ ଆଞ୍ଚଳରେ ରାଲି ମଧ୍ୟ କରିଥିଲେ l ମଦ ଦୋକାନ ବନ୍ଦ ନେଇ ଫିରିଙ୍ଗିଆ ବ୍ଲକ, ଆରକ୍ଷୀ ଅଧିକ୍ଷକ, ଅବକାରୀ ଅଧିକାରୀ, ଓ କନ୍ଧମାଳ ଜିଲ୍ଲାପାଲଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା l ଗ୍ରାମ ସଭାରେ ମଦ ଦୋକାନ ବନ୍ଦ କରିବାକୁ ସମସ୍ତ ୱାର୍ଡ ସଭ୍ୟଙ୍କ ସହମତି ପରେ ଏହି ମଦ ଦୋକାନକୁ ନେଇ କିଛି ଜନସାଧାରଣ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ମହିଳା ମାନେ କହିଛନ୍ତି l  ତଥାପି ପ୍ରଶାସନ ମଦ ଦୋକାନ ଉଛେଦ ପାଇଁ କୌଣସି ପଦକ୍ଷେପ ନେଇ ନଥିବା ବେଳେ କିମ୍ବା ଜନସାଧାରଣଙ୍କ କଥାକୁ ଗୁରୁତ୍ୱ ଦେଉନାଥିବାରୁ ବାଧ୍ୟ ହୋଇ କେଳାପଡା ପଞ୍ଚାୟତ ଅନ୍ତର୍ଗତ କିଛି ମହିଳା ମଦ ଦୋକାନ ବନ୍ଦ କରିବାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଫୁଲବାଣୀ କାର୍ଯ୍ୟାଳୟ ଠାରେ ଲିଖିତ ପତ୍ର ପ୍ରଦାନ କରିଛନ୍ତି l ମହିଳାଙ୍କ କହିବା ଅନୁସାରେ କେଳାପଡା ପଞ୍ଚାୟତ ବଇରୀକୁମ୍ପା ଠାରେ ବିଦେଶୀ ମଦ ଦୋକାନ ଖୋଲିବା ପରେ ନାବାଳିକା ଦୁଷ୍କର୍ମ ଘଟଣା ଘଟି ମାମଲା ମଧ୍ୟ ଚାଲିଛି l ସେହିପରି ଦୁର୍ଘଟଣା, ପାରିବାରିକ କଳହ, ଜଘନ୍ୟ ହତ୍ୟା ଭଳି ଅଘଟଣ ଅହରହ ଚାଲୁ ରହିଛି l ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ତେବେ ଗତ କିଛି ଦିନ ତଳେ ମଦ ଦୋକାନକୁ ସିଲ କରି କୌଣସି କାରଣରୁ ବନ୍ଦ କରିଥିବା ବେଳେ ସବୁଦିନ ପାଇଁ ଏହି ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ମହିଳା ମାନଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି l ମଦଦୋକାନ ବନ୍ଦ ନିମନ୍ତେ ଶନିବାର ଦିନ ୧୦ ଠାରୁ ୧୨ ସମୟ ରେ କାମ୍ବାରାହା ଗୋଷ୍ଠୀକେନ୍ଦ୍ର ଠାରେ ଭୃଙ୍ଗିଯୋଡି ପଞ୍ଚାୟତର ୧୨ ଟି ଓ୍ବାର୍ଡର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହି  ମଦଦୋକାନ ବନ୍ଦ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦିନ ୨ଟା ସମୟରେ ୬୦୦ ରୁ ଉର୍ଦ୍ଧ ମହିଳା ମାନେ ଭୃଙ୍ଗିଯୋଡି ଠାରୁ କେଳାପଡା ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ସ୍ବୟଂ ସହାୟକ ମହିଳା ମାନଙ୍କୁ ନେଇ ନାରୀ ସଂଘ ସଭାପତି ଗୀତାଞ୍ଜଳି ଦିଗାଲ, ସମ୍ପାଦକ ସସ୍କିତା କହଁର, କୋଷାଧ୍ୟକ୍ଷ ମାମାଲି କହଁର ସହ ମଧୁମିତା କହଁର, ଲିପିକା କହଁର, ଅମିତା କହଁର, ପ୍ରିୟତମା ଦିଗାଲ, ସମେତ ସମସ୍ତ ନାରୀ ସଂଘ ମହିଳା ମାନେ ପଦଯାତ୍ରାରେ ଯୋଗଦେଇ ଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.