ଚକାପାଦ ୯/୨ : ଶୁକ୍ରବାର ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ବରସାହି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଜଣକ ମିରିଗିସୁଗାର ଅନୀଲ କୁମାର କହଁର ବୋଲି ଜଣାପଡିଛି । ସୂଚନା ମୁତାବକ, ବରସାହି ଗ୍ରାମରେ ଏକ ଘର କାମରେ ଅନିଲ କୁମାର କାର୍ଯ୍ୟରତ ଥିଲେ । ଘର ଛାତ ପଡିବା ପାଇଁ ରଡ଼ ବାଇଣ୍ଡିଙ୍ଗ କାମ ଚାଲିଥିବା ସମୟରେ, ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ରଡ଼ ଲାଗି ଯିବାରୁ ସେ ବିଦ୍ୟୁତ ଆଘାତରେ ଛାତ ଉପରୁ ତଳେ ପଡି ଯାଇଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା । ପାଖରେ ଥିବା ଘର ମାଲିକଙ୍କୁ ମଧ୍ୟ ଆଘାତ ଲାଗିବାରୁ ସେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ବସ୍ତି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ଶୀଘ୍ର ସ୍ଥାନାନ୍ତରିତ କରିବା ପାଇଁ ସାଧାରଣରେ ଦାବି ହେଉଛି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...