ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଦିନିକିଆ ବିଶ୍ୱକପ୍ ଫାଇନାଲ ପୂର୍ବରୁ ରଙ୍ଗା ରଙ୍ଗ ଉଦ୍‌ଯାପନୀ, ଦେଖିବାକୁ ମିଳିବ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଅହମ୍ମଦାବାଦ,୧୭/୧୧: ଚଳିତ ବିଶ୍ୱକପ୍‌ର ୪୭ଟି ମ୍ୟାଚ୍‌ ଶେଷ ହୋଇଛି । କେବଳ ଫାଇନାଲ୍‌ ମ୍ୟାଚ୍‌ ବାକି ରହିଛି । ଭାରତ ଚତୁର୍ଥ  ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ଭାରତୀୟ ଦଳ  ୧୨ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଏଥର ବିଶ୍ୱକପ୍‌ ଜିତିବାକୁ ପ୍ରୟାସ କରିବ ।  ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ସମ୍ମୁଖରେ ଟ୍ରଫି ଉଠାଇବାର ଅନୁଭୁତି ସ୍ୱତନ୍ତ୍ର  ହେବ । ଏପଟେ ଆୟାଜକ ବିସିସିଆଇ ଫାଇନାଲ୍‌ ମୁକାବିଲାକୁ ସ୍ମରଣୀୟ  କରିବା ପାଇଁ ଜୋରଦାର ଆୟୋଜନ ଜଳାଇଛି । 

ଟାଇଟଲ ଲଢେଇ ପୂର୍ବରୁ  ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇବା ପାଇଁ  ଯୋଜନା କରାଯାଇଛି । ବିଶ୍ୱର ସର୍ବ ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଫାଇନାଲ୍‌  ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବା ପାଇଁ ଅହମ୍ମଦାବାଦରେ ସିନେ  ତାରକା ଓ ରାଜନେତାଙ୍କ ଭିଡ଼ ଜମିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ବସି ଫାଇନାଲ୍‌ ମ୍ୟାଚ୍‌ ଦେଖିବେ । ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Copyright © 2022 - Summa Real Media Private Limited. All Rights Reserved.