ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବିଶ୍ୱ ହସ୍ତୀ ଦିବସ: ଏବେ ନନ୍ଦନକାନନରେ ଦୁଇ ହାତୀ ‘ହୀରା’ ଓ ‘ବାସନ୍ତି’, ମାମା ଚନ୍ଦକା ଗଲା ପରେ ପର୍ଯ୍ୟଟକ ନିରାଶ

ବାରଙ୍ଗ,୧୨/୦୮:  ଆଜି ବିଶ୍ୱ ହସ୍ତୀ ଦିବସ। ନନ୍ଦନକାନନ ପ୍ରଣୀ ଉଦ୍ୟାନରେ ହେଉଛି ପାଳନ  । ହେଲେ ଯାହାଙ୍କ ପାଇଁ ଆଜି ଏହି ଦିବସ  ତାଙ୍କ ସଂଖ୍ୟା ମାତ୍ର ୨ । ଯାହାଙ୍କ ପାଇଁ ଏ ଦିବସ ତାଙ୍କ ସ୍ଥିତି ଆଜି  ଏମିତି । ୨୦୧୯ରେ ନନ୍ଦନକାନନ ହାତୀ ଶାଳରେ ୯ଟି ହାତୀ ଥିବା  ବେଳେ ଏହି ସଂଖ୍ୟ ୨କୁ ଖସିଆସିବା ପରିତାପର ବିଷୟ ପାଲଟିଛି ।  ଏବେ ହାତୀ ଶାଳରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନ କରୁଥିବା ଦୁଇ  ହାତୀ ହେଲେ ‘ହୀରା’ ଓ ‘ବାସନ୍ତି’ । ‘ବାସନ୍ତୀ’ ଏବେ ବାର୍ଦ୍ଧକ୍ୟରେ  ଉପନୀତ । ସବୁବେଳେ ଅସୁସ୍ଥ ରହୁଛି । ସେପଟେ ଅନାଥ ହାତୀଙ୍କ ଏନ୍ତୁଡ଼ି ଶାଳ କହୁଥିବା ନନ୍ଦନକାନନରେ ୩ଟି ହାତୀ ‘ଆଶା’, ‘ଲିଶା’  ଓ ‘ଅଭି’ ଅଛନ୍ତି । ସେମାନଙ୍କୁ ପ୍ରାଣୀ ଉଦ୍ୟାନ ମଧ୍ୟରେ ଏକ ସ୍ୱତନ୍ତ୍ର  ଶାଳରେ ପର୍ଯଟକଙ୍କ ଆଢ଼ୁଅଳରେ ରଖାଯିବା ପରେ କେନ୍ଦ୍ରୀୟ  ଚିଡ଼ିଆଖାନା ଅଧିକାରୀଙ୍କ ନିୟମ ଅନୁଯାଇ ସେମାନଙ୍କୁ ପୁଣି ଜଙ୍ଗଲରେ  ଛଡ଼ାଯିବ । ତେଣୁ ନନ୍ଦନକାନନରେ ଏବେ ମାତ୍ର ୨ଟି ହାତୀ ପର୍ଯ୍ୟଟକଙ୍କୁ  ମନୋରଞ୍ଜନ କରୁଥିବା ବେଳେ କେବଳ ହାତୀ ‘ହୀରା’ ନନ୍ଦନକାନନ  ପାଇଁ ଏକ ମାତ୍ର ଶାହା ଭରସା ।  

ହାତୀ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ ୨୦୧୨  ମସିହା ଠାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ  ଭାବରେ ପାଳନ  କରାଯାଉଛି । ଏହି ଦିନ ହାତୀ ମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ସମ୍ପର୍କରେ  ସମସ୍ତଙ୍କୁ ସଚେତନ କରାଯାଇଥାଏ । ତେବେ ନନ୍ଦନକାନନ ପ୍ରାଣୀ  ଉଦ୍ୟାନରେ ହାତୀ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ଚେଷ୍ଟା କରୁନଥିବା  ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବଡ଼ ହାତୀ  ଅପେକ୍ଷା ଛୋଟ ହାତୀଙ୍କୁ ପର୍ଯ୍ୟଟକ ଦେଖିବାକୁ ଅଧିକ ଖୁସି ପାଇଥାନ୍ତି ।  ଛୋଟ ହାତୀ ‘ମାମା’ ଚନ୍ଦକା ଯିବା ପରଠାରୁ ପର୍ଯ୍ୟଟକ  ନିରାଶ ହେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.