ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଐତିହାସିକ ଲର୍ଡସ୍‌ରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବେ କିମ୍ବଦନ୍ତୀ ବୋଲର ଜେମ୍ସ ଆଣ୍ଡରସନ୍‌

Image Courtesy: ndtv

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଦୁନିଆର କିମ୍ବନ୍ଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ । ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଜୁଲାଇ ୧୦ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବେ। ଐତିହାସିକ ଲର୍ଡସ ଟେଷ୍ଟ ହେବ ୪୧ ବର୍ଷୀୟ ଆଣ୍ଡରସନଙ୍କ ଶେଷ ମ୍ୟାଚ୍‌। ଏହା ସହ ଶେଷ ହେବ ଜେମ୍ସ ଆଣ୍ଡରସନ ଯୁଗ । 

ବିଶ୍ୱ ଟେଷ୍ଟ କ୍ରିକେଟର ତୃତୀୟ ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି ଆଣ୍ଡରସନ । ତାଙ୍କ ଉପରେ ମୁଥିଆ ମୁରଲୀଧରନ ଓ ଶେନ ୱାର୍ଣ୍ଣ ରହିଛନ୍ତି । ଆଣ୍ଡରସନ ୨୦୦୩ରୁ ଇତିମଧ୍ୟରେ ୧୮୭ଟି ଟେଷ୍ଟ  ଖେଳି ୭୦୦ ୱିକେଟ ନେଇଛନ୍ତି। ୭୦୮ ୱିକେଟ ସହ ୱାର୍ଣ୍ଣ ଦ୍ୱିତୀୟ ଓ ୮୦୦ ୱିକେଟ ସହ ମୁରଲୀଧରନ ୧ନଂ ସ୍ଥାନରେ ରହିଛନ୍ତି । ହେଲେ ଦ୍ରୁତ ବୋଲିଂରେ ସେ ସର୍ବାଧିକ ଓ୍ବିକେଟ ନେବାରେ ରେକର୍ଡ କରିଛନ୍ତି । ଆଣ୍ଡରସନ ଲେଖିଛନ୍ତି  ‘ଗୋଟିଏ କଥା କହିବାକୁ ଚାହୁଁଛି ଯେ ଲର୍ଡସରେ ମୁଁ ମୋର ଶେଷ ଟେଷ୍ଟ ଖେଳିବାକୁ ଯାଉଛି। ଦେଶକୁ ୨୦ ବର୍ଷ ଧରି ପ୍ରତିନିଧିତ୍ୱ କରିବା ଏକ ଅଦ୍ଭୂତପୂର୍ବ ଘଟଣା।’




ଏହା ସହ ସେ ଆହୁରି ଲେଖିଛନ୍ତି, ପିଲା ବେଳୁ ଯେଉଁ ଖେଳକୁ ଭଲ ପାଉଥିଲି, ସେହି ଖେଳ ଖେଳୁଥିଲି । ଇଂଲଣ୍ଡ ପାଇଁ ଖେଳିବା ଦିନକୁ ମିସ୍ କରିବି । ଏଥିରୁ ବାହାରକୁ ବାହାରିବାର ସମୟ ଆସିଛି । ମୁଁ ଯେମିତି ମୋର ସ୍ୱପ୍ନ ପୂରଣ କରିଛି, ଅନ୍ୟମାନେ ମଧ୍ୟ ଏହାର ସୁଯୋଗ ପାଇବା ଉଚିତ । କାରଣ ଏହା ଠାରୁ ବଡ଼ ଅନୁଭବ କିଛି ହୋଇ ନପାରେ । ମୋତେ ଦୀର୍ଘ ବର୍ଷ ହେଲା ସହଯୋଗ ଓ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦ । ଏହା ସହ ସେ ଆଗକୁ ଗଲ୍ଫ ଖେଳିବେ ବୋଲି ଜଣାଇଛନ୍ତି  । 

ସୂଚନାଯୋଗ୍ୟ, ମେ’ ୨୦୨୩ରୁ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ଜେମ୍ସ ଆଣ୍ଡରସନ୍ । ସେ ଇଂଲଣ୍ଡ ପାଇଁ ୧୮୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଏହା ସହ ୧୯୪ଟି ଦିନିକିଆ ଏବଂ ୧୯ଟି ଟି-୨୦ରେ ନିଜର ବୋଲିଂର ଯାଦୁ ଦେଖାଇଛନ୍ତି ଆଣ୍ଡରସନ୍‌ ।

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.