ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ନୀଳଗିରି ,୧୪/୬ : ଘରେ ପିଠା ପଣା ପାଇଁ ସଜବାଜ ହୋଇଥିଲା । ରଜ ଉତ୍ସବ ପାଳନ ପାଇଁ ପରିବାର ଲୋକେ ବେଶ ଖୁସି ହୋଇଥିଲେ । ହେଲେ ହଠାତ ଏଭଳି ଅଶୁଭ ଖବର ଆସିଲା ପରିବାରରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ନୀଳଗିରି ଥାନା ଅଧୀନସ୍ଥ ଗୋପିନାଥପୁର ଗ୍ରାମର କୃତିବାସ ନନ୍ଦଙ୍କ ପୁଅ ସୌମ୍ୟରଞ୍ଜନ ଓରଫ ( ବିକି) ୨୮ଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସୂଚନା ଅନୁଯାୟୀ ଶ୍ରୀ ନନ୍ଦ ପେଶାରେ ଜଣେ ଯୁବ ଇଞ୍ଜିନିୟର ଭାବେ ଜିଓ ଟାୱାର କମ୍ପାନୀରେ ଫିଲ୍ଡ ଅଫିସର ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଗତ ୧୩ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଆଳୀ ଅଞ୍ଚଳକୁ କମ୍ପାନୀ କାମରେ ନିଜ ବାଇକରେ ଯାଇଥିଲେ। ସେଠାରୁ କାମ ସାରି କେନ୍ଦ୍ରାପଡ଼ା ନିଜ ଭଡ଼ା ଘରକୁ ଗତକାଲି ରାତ୍ରୀ ୧୦ଟା ୩୦ସମୟରେ ଫେରୁଥିବାବେଳେ ପଟ୍ଟାମୁଣ୍ଡାଇ ନିକଟରେ ଏକ ଭାରିଯାନ ପଛ ପଟୁ ଧକ୍କା ଦେବା ଫଳରେ ସୌମ୍ୟରଞ୍ଜନ ଗୁରୁତର ହୋଇ ରାସ୍ତାରେ ପଡିଥିବାବେଳେ ଅଞ୍ଚଳବାସୀଙ୍କ ସହାୟତାରେ ପଟ୍ଟାମୁଣ୍ଡେଇ ହସ୍ପିଟାଲ୍ ନିଆଯାଇଥିଲା । 

ସେଠାରେ ଆଶୁ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପରିବାର ସମେତ କମ୍ପାନୀ କର୍ମଚାରୀ କେନ୍ଦ୍ରାପଡ଼ା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ମୃତ୍ୟୁ ହୋଇଥିଲାବେଳେ ପରିବାର ଲୋକ ତାଙ୍କର ଆଖି ଦୁଇଟିକୁ ହସ୍ପିଟାଲକୁ ଦାନ କରିଥିଲେ । ଶୁକ୍ରବାର ଶବବ୍ୟବଛେଦ ପରେ ମୃତ ଇଞ୍ଜିନିୟର ସୌମ୍ୟଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ମୃତ ଯୁବକ ଜଣକ ୨୦୧୧/୧୨ମସିହାରେ ନୀଳଗିରି କଲେଜର ଏନଏସୟୁଆଇର ସାଂସ୍କୃତିକ ସମ୍ପାଦକ ଥିଲେ। ଖବରପାଇ ନୀଳଗିରି ଏନଏସୟୁଆଇ ଛାତ୍ର ସଂଗଠନର ପ୍ରିତିଶଙ୍କର ମହାପାତ୍ର, ଜଗଦେବ ବେହେରା, ନୀଳମାଧବ ଦାସ ଓ ତୁଷାର ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.