ହାଇଦ୍ରାବାଦ : ଭାବନ୍ତୁ ତ ଆପଣ ଯଦି ଏକ ଜନଗହଳି ପୂର୍ଣ୍ଣ ରାସ୍ତା ଦେଇ ଯାଉଥିବେ ଏବଂ ସେଠାରେ ହଠାତ୍ କେହି ବ୍ୟକ୍ତି ନୋଟ୍ ଉଡ଼ାଇବାକୁ ଲାଗିବେ ତ, କଣ ସ୍ଥିତି ହୋଇପାରେ ? ସମସ୍ତେ ନିଜ ନିଜର ଗାଡିକୁ ଛାଡ଼ି ଅର୍ଥ ଲୁଟିବାରେ ଲାଗି ଯିବେ ଏବଂ ସଡ଼କରେ ଅବ୍ୟବସ୍ଥା ଲାଗି ଯିବ। କିଛି ଏମିତି ହିଁ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ସେଠାରେ ଜଣେ ୟୁଟ୍ୟୁବର ତଥା ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ରାସ୍ତା ମଝିରେ ହଠାତ୍ ଟଙ୍କା ଉଡ଼ାଇବାକୁ ଆରମ୍ଭ କରି ଦେଲେ ଏବଂ ଲୋକେ ଏହାକୁ ଲୁଟିବା ପାଇଁ ପରସ୍ପର ସହ ଝଗଡ଼ା କରିବାକୁ ଲାଗିଲେ।
ଏବେ ଉକ୍ତ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଏହାପରେ ଲୋକେ ୟୁଟ୍ୟୁବରଙ୍କ ବିରୋଧରେ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ପାୱାର ହର୍ଷ ଓରଫ୍ ମହାଦେବ ନାମକ ଜଣେ ୟୁଟ୍ୟୁବର ତଥା ଇନଷ୍ଟାଗ୍ରାମ୍ ଇନଫ୍ଲୁଏନ୍ସରଙ୍କର ଅବହେଳାପୂର୍ଣ୍ଣ ଏହି ଷ୍ଟଣ୍ଟ ହାଇଦ୍ରାବାଦରେ ଏକ ରାସ୍ତାରେ ଅରାଜକତା ସ୍ଥିତି ସୃଷ୍ଟି କରିଛି।
ସୋସିଆଲ ମିଡ଼ିଆରେ “its _me_power” ନାମରେ ଜଣାଶୁଣା ଏହି ୟୁଟ୍ୟୁବର, କୁକଟପଲ୍ଲୀ ଅଞ୍ଚଳରେ ହଠାତ୍ ନୋଟ୍ ବଣ୍ଡଲକୁ ଉପରକୁ ଫିଙ୍ଗି ଭିଡ଼ିଓ ସୁଟ୍ କରିବାକୁ ଲାଗିଲେ , ଏହାପରେ ସେଠାରେ ଅବ୍ୟବସ୍ଥା ଆରମ୍ଭ ହୋଇ ଗଲା। ରାସ୍ତାରେ ଯାଉଥିବା ଯାତ୍ରୀ ଓ ବାଇକ୍ ଚାଳକ ଟଙ୍କାକୁ ସଂଗ୍ରହ କରିବାକୁ ନିଜ ନିଜ ଭିତରେ ହାତାହାତି ବି ହୋଇଗଲେ।
ଏବେ ଏହି ଘଟଣାର ଯେଉଁ ଭିଡ଼ିଓ ଭାଇରାଲ ହେଉଛି ଏହାକୁ ଲୋକେ ଖୁବ୍ ସମାଲୋଚନା କରିଛନ୍ତି ଏବଂ ୟୁଟ୍ୟୁବର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନେକ ଲୋକେ ଯାତାୟାତ ଓ ଏହା ମଧ୍ୟରେ ଟଙ୍କା ଲୁଟିବାକୁ ନେଇ ପ୍ରବଳ ଭିଡ଼ରେ ହଠାତ୍ ଦୁର୍ଘଟଣାର ଆଶଙ୍କା କରିଥିଲେ।
ହେଲେ ସମାଲୋଚନା ହେବା ପରେ ମଧ୍ୟ ୟୁଟ୍ୟୁବରଙ୍କୁ ନିଜର ଏହି ହରକତକୁ କୌଣସି ପଶ୍ଚାତାପ ନାହିଁ , ବରଂ ସେ ଏହିପରି ଷ୍ଟଣ୍ଟକୁ ଜାରି ରଖିବାକୁ ସଙ୍କେତ ଦେଇଛନ୍ତି। ସେ ନିଜର ଫଲୋୟର୍ସଙ୍କୁ ଟେଲିଗ୍ରାମ୍ ଚ୍ୟାନେଲ୍ ସହ ଯୋଡ଼ି ହେବାକୁ ଅପିଲ କହିଛନ୍ତି , ଯେଉଁଠି ସେ ଲୋକଙ୍କୁ ପୁରସ୍କାର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଅଭିଯୁକ୍ତ ୟୁଟୁବର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଦାବି କରାଯାଉ ଥିବା ସତ୍ତ୍ୱେ, ସାଇବରାବାଦ ପୁଲିସ ଏବେସୁଦ୍ଧା ଉକ୍ତ ମାମଲାରେ ହସ୍ତକ୍ଷେପ କରି ନାହାନ୍ତି। ପୁଲିସ ଏହି ମାମଲାରେ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।