ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

‘ଏକାଠି ହୁଅନ୍ତୁ ୫୦ ଲକ୍ଷ ମୁସଲମାନ’, ପୁଣି ଆସିଲା ଜାକିର ନାଇକର ଉତ୍ତେଜନାକାରୀ ଭିଡିଓ

ନୂଆଦିଲ୍ଲୀ,୯।୯:  କଠୋରପନ୍ଥୀ ଇସ୍ଲାମିକ୍ ପ୍ରଚାରକ ଜାକିର ନାଇକ ପ୍ରସ୍ତାବିତ ଓ୍ବାକଫ୍ ବିଲ୍‌ର ବିରୋଧ କରିଛନ୍ତି। କେବଳ ସେତିନି ନୁହେଁ ଇସଲାମିକ୍ ପ୍ରଚାରକ ଭାରତର ମୁସଲମାନଙ୍କୁ ଉକସାଇବାର ଚେଷ୍ଟା କରିଛି। ଉତ୍ତେଜନାକାରୀ ଭିଡିଓ ପୋଷ୍ଟ କରି ଜାକିର କହିଛି ବର୍ତ୍ତମାନର ବିଜେପି ଓ ଏହାର ମେଣ୍ଟ ସରକାର ଗତ ୧୦ ବର୍ଷ ଭଳି ଶକ୍ତିଶାଳୀ ନାହିଁ। ତେଣୁ ଆପଣମାନେ ମଜବୁତ ଭାବରେ ଓ୍ବାକଫ୍‌ ବିଲ୍‌କୁ ବିରୋଧ କଲେ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିବ। ଭାରତରେ ୨୧ କୋଟିରୁ ଅଧିକ ମୁସଲମାନ ଅଛନ୍ତି। ଯଦି ତାଙ୍କର ଅଢେଇ ପ୍ରତିଶତ ଅର୍ଥାତ ୫୦ ଲକ୍ଷ ଲୋକ ଓ୍ବାକଫ୍ ବିଲ୍‌ର ବିରୋଧ କରନ୍ତି ତେବେ ଏହାକୁ ରୋକି ହେବ।

ଜାକିର ଏକ ଲିଙ୍କ ମଧ୍ୟ ଜାରି କରିଛି ଓ ମୁସଲମାନଙ୍କୁ ଅପିଲ କରିଛି ଆପଣମାନେ ଏହା ବିରୋଧରେ ମତଦାନ କରନ୍ତୁ। ଜାକିର ନାଏକ ଓ୍ବାକଫ୍ ସମ୍ପତ୍ତିକୁ କେବଳ ମୁସଲମାନଙ୍କ ଜମି ବୋଲି କହିଛି। ଭାରତରେ ଜମି ମାମଲାରେ ଓ୍ବାକଫ୍ ବୋର୍ଡ ତୃତୀୟ ସ୍ଥାନରେ ରହିଛି। ଏହା କୌଣସି ସାର୍ବଜନୀକ ସମ୍ପତ୍ତି ନୁହେଁ। ମୁଁ ଭାରତର ଅଣ-ମୁସଲମାନଙ୍କୁ କହିବାକୁ ଚାହୁଁଛି। ଏହା ଅନୁସାରେ, ସେହି ଜମି ଆସୁଛି, ଯାହାକୁ ମୁସଲମାନମାନେ ପୂର୍ବରୁ ଦାନ କରିଛନ୍ତି। ତେଣୁ ଏଥିରେ କୌଣସି ଅଣ-ମୁସଲମାନ ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ ଓ ଭାରତର ସମ୍ବିଧାନ ଏହାର ସୁରକ୍ଷା ଦେଉଛି। ଏହି ମୁସଲମାନ ବିରୋଧି ସରକାର ଓ୍ବାକଫ୍ ବିଲ୍‌ ଜରିଆରେ ତାକୁ ଚପାଇ ଦେବାକୁ ଚାହୁଁଛି।

ଜାକିର କହିଛି, ଗତ ୧୦ ବର୍ଷ ଭଳି ଏଥର ବିଜେପି ଏତେ ଶକ୍ତିଶାଳି ନାହିଁ।  ସେଭଳି ବିରୋଧି ଦଳ ମଧ୍ୟ ପୂର୍ବ ତୁଳନାରେ ଭଲ ସ୍ଥିତିରେ ଅଛି। ଯଦି ଏହି ବିଲ୍ ପାସ୍ ହୁଏ ତେବେ ହଜାର ହଜାର ମସଜିଦ, ମଦ୍ରାସା ଓ କବରିସ୍ତାନ ମୁସଲମାନଙ୍କଠାରୁ ଛଡାଇ ନିଆଯିବ। ଯଦି ଆମେ ଏହାକୁ ନରୋକିବୁ ତେବେ ଆମର ଆଗାମୀ ପୀଢି ଆମକୁ କ୍ଷମା କରିବନି।  ସେମାନେ କହିବେ ଆମର ପୂର୍ବ ପୁରୁଷ ଜମି ଛାଡି ଦେଲା। ଉଲ୍ଲେଖନୀୟ ଯେ, ଜାକିର ପୂର୍ବରୁ ଧର୍ମାନ୍ତରୀକରଣ, ବହୁବାର ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ନେଇ ବିବାଦରେ ରହିଛି। ଭାରତରେ ତା’ ବିରୋଧରେ ମନି ଲଣ୍ଡରିଂ, ଘୃଣା ସୃଷ୍ଟି କରିବା ଓ ବେଆଇନ ଗତିବିଧିରେ ସାମିଲ ହେବା ନେଇ ମାମଲା ରୁଜୁ କରାଯାଇଛି। ପଳାତକ ହୋଇ ଯାଇଥିବା ଜାକିର ଏବେ ମାଲେସିଆରେ ବସି  ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.