ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବ୍ୟାଟିଂ ପରେ ବୋଲିଂରେ କମାଲ କଲା ଭାରତୀୟ ଟିମ୍‌, ୧୦୦ ରନ୍‌ରେ ଜିମ୍ବାଓ୍ବେ ପରାସ୍ତ

Image Courtesy: espncricinfo

ନୂଆଦିଲ୍ଳୀ: ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜ୍‌ରେ ଦମଦାର କମବ୍ୟାକ୍ କରିଛି ଟିମ୍‌ ଇଣ୍ଡିଆ । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ଭୋଗିଥିବା ଭାରତୀୟ ଟିମ୍‌ ଆଜି ପ୍ରତିଶୋଧ ନେଇଛି । ଘରୋଇ ଟିମ୍‌ ଜିମ୍ବାଓ୍ବେକୁ  ୧୦୦ ରନ୍‌ରେ ପରାସ୍ତ କରିଛି ଭାରତ । ଶୁଭମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଆଜି କମାଲ କରିଛି । ଆଜି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୧୦୦ ରନ୍‌ରେ ମ୍ୟାଚ ଜିତିଛି । 

ଅଭିଶେକ ଶର୍ମାଙ୍କ ଦମଦାର ଶତକ,  ଋତୁରାଜ ଗାଏକ୍ବାଡଙ୍କ ଅପରାଜିତ ୭୭ ରନ୍ ଏବଂ ରିଙ୍କୁ ସିଂହଙ୍କ ଅପରାଜତି ୪୮ ରନ୍‌ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ୨୩୪ ରନ୍‌ କରିଥିଲା । ୨୩୫ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଆସିଥିବା ଜିମ୍ବାଓ୍ବେ ୨୦ ଓଭର ଶେଷ ସୁଦ୍ଧା ମାତ୍ର ୧୩୪ ରନ୍‌ରେ ଅଲଆଉଟ୍‌ ହୋଇଛି । 

ବ୍ୟାଟିଂ ପରେ ବୋଲିଂରେ ଭାରତୀୟ ଖେଳାଳି କମାଲ କରିଛନ୍ତି । ମୁକେଶ କୁମାର ଏବଂ ଆଭେଶ ଖାନ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରବି ବିଷ୍ଣୋଇ ୨ ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।  ଭାରତୀୟ ଟିମ୍‌ର ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସରିଜ୍‌ ୧-୧ରେ  ବରାବର ହୋଇଛି । 

ଶତକ କରିଥିବା ଅଭିଶେକ ଶର୍ମା ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି ।  ସପେଟେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେ ସବୁଠୁ ବଡ଼ (୧୦୦ ରନ୍‌) ରନ୍‌ ବ୍ୟବଧାନରେ ପରାସ୍ତ ହୋଇଛି । ଏହା ପୂର୍ବରୁ ହରାରେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଜମ୍ବାଓ୍ବେକୁ ୧୦୦ ରନ୍‌ ବ୍ୟବଧାନରେ ପରାସ୍ତ କରିଥିଲା । 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.