ଦାରିଙ୍ଗବାଡି,୭/୧୧(ଆପ୍ର): ଦାରିଙ୍ଗବାଡି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଅନେକ ସମୟରେ ସଠିକ୍ ଭାବେ ଖୋଲା ଯାଉନଥିବା ଅଭିଯୋଗ ହୋଇଛି । ଏହି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଉପରେ ୨୫ ଗୋଟି ପଞ୍ଚାୟତର ହଜାର ହଜାର ଚାଷୀ ନିର୍ଭର କରୁଥିବା ବେଳେ କିନ୍ତୁ ବାବୁ ମାନଙ୍କର ଦେଖା ମିଳୁନାହିଁ । ଚାଷୀ ମାନେ ଦୂର ଦୁରାନ୍ତ ରୁ ଆସି ଅଫିସ ବନ୍ଦ ଥିବା ଦେଖି ଫେରି ଯାଉଛନ୍ତି ।
ମଙ୍ଗଳବାର ଦିନ ଏକାଧିକ ଚାଷୀ ପନିପରିବା ରଖିବା ପ୍ଲାଷ୍ଟିକ ଟ୍ରେ ନେବାକୁ ଆସିଥିବା ବେଳେ ଅଫିସ ତାଲା ପଡ଼ି ଥିବା ରୁ ଅପେକ୍ଷା କରି କରି ପରବର୍ତ୍ତୀ ସମୟରେ ଘରକୁ ଚାଲିଯାଇଥିଲେ । ଚାଷୀ ମାନେ ବହୁ ଦୂର ଦୁରାନ୍ତରୁ ଆସି ଖାଲିରେ ଫେରିଯିବା ଫଳରେ ଅଯଥା ଖର୍ଚ୍ଚାନ୍ତ ହୋଇଥିଲେ । ଏଭଳି ଭାବେ କିଏ ଚାରା ନେବାକୁ ଆସି ଫେରୁଛନ୍ତି ତ ଆଉ କିଏ ପରିବା ଚାଷ ସମସ୍ୟା ଉପରେ ପଚାରିବା ପାଇଁ ଆସୁଥିଲେ ସୁଧା ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି । ଯାହାରି ଫଳରେ ଚାଷୀଙ୍କ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ସହ ଅସନ୍ତୋଷ ବୃଦ୍ଧି ପାଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଦାଇତ୍ୱରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏନେଇ ସହକାରୀ ଉଦ୍ୟାନ ଅଧିକାରୀ ନୀଳାଞ୍ଚଳ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।