ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗୁଟଖା ଖାଉଥିବା ଅଭିଯୋଗରେ ଛାତ୍ରୀ ହାରିଲେ ଜୀବନ , ମାଆଙ୍କ ଶାଢୀରେ ଫାଶୀ ଲଗେଇ କଲେ ଆତ୍ମହତ୍ୟା

ମହୋବା : ସ୍କୁଲ ଶିକ୍ଷକ ଛାତ୍ରୀଙ୍କ ବାପାଙ୍କୁ ଗୁଟଖା ଖାଉଥିବା ନେଇ ଅଭିଯୋଗ କରିବାରୁ ଛାତ୍ରୀ ଜଣଙ୍କ ଫାଶୀ ଲଗେଇ କରିଛନ୍ତି ଆତ୍ମହତ୍ୟା। ଉକ୍ତ ଘଟଣାରେ ପରିବାର ଲୋକଙ୍କ ମଧ୍ୟରେ ଦୁଃଖୟ ଛାୟା ଖେଳି ଯାଇଛି। ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ପଞ୍ଚନାମା ଭରି ମୃତଦେହର ପୋଷ୍ଟମର୍ଟମ କରିଛି।

ସହରର ବିବେକ ନଗର ନିବାସୀ ବ୍ୟକ୍ତି ଜଣଙ୍କ ଗ୍ରୋସକୀ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ । ତାଙ୍କର ୧୭ ବର୍ଷିୟା ଝିଅ ସହରରେ ଥିବା ଏକ ବାଳିକା ଇଣ୍ଟର କଲେଜ୍‌ରେ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ବିଦ୍ୟଳୟର ଅଧ୍ୟାପକ ବାଳିକାଙ୍କ ବାପାଙ୍କୁ ଡାକି ଅଭିଯୋଗ ରୁଜୁ କରାଇ କହିଥିଲେ କି, ଆପଣଙ୍କର ଝିଅ ଗୁଟଖା ଖାଉଛି , ଯାହା ପରେ ବ୍ୟକ୍ତି ଜଣଙ୍କ, ଝିଅକୁ ସ୍କୁଲ୍‌ରୁ ନେଇ ଘରକୁ ପଳାଇ ଥିଲେ। ଅଭିଯୋଗ ପରେ ଘରେ ପହଞ୍ଚି ଛାତ୍ରୀ ଜଣଙ୍କ ରୁମ୍‌ ବନ୍ଦ କରି ଦେଇଥିଲେ ଏବଂ ଫାଶୀ ଲଗେଇ ଦେଇଥିଲେ। 

ଝିଅ ରୁମ୍‌ ଭିତରେ ଡୋର ବନ୍ଦ କରି ରହିଥିବାରୁ ତାଙ୍କ ମାଆ ଆସି ଡୋର ବାଡେଇ ଡାକି ଥିଲେ , କିନ୍ତୁ ଭିତରୁ କୌଣସି ପ୍ରତ୍ୟୁତ୍ତର ନମିଳିବାରୁ ମାଆଙ୍କ ଚିତ୍କାରରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଘରର କବାଟ ଭାଙ୍ଗିବା ପରେ ଦେଖିବାକୁ ମିଳିଲା କି, ଛାତ୍ରୀ ଜଣଙ୍କ ତାଙ୍କ ମାଆଙ୍କ ଶାଢୀରେ ଫାଶୀ ଲଗେଇ ଝୁଲି ରହିଥିଲେ। ଏହାକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସିଏଚସିରେ ଡାକ୍ତରମାନେ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଶବର ପଞ୍ଚନାମା ଭରି ପୋଷ୍ଟମର୍ଟମ କରାଇଛି।   

Copyright © 2022 - Summa Real Media Private Limited. All Rights Reserved.