ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଅନଲାଇନ ଗେମ ନେଲା ଛାତ୍ରଙ୍କ ଜୀବନ

ଭୁବନ, ୮।୨ : ଅନଲାଇନ ଗେମ୍ ନେଲା କଲେଜ ଛାତ୍ରଙ୍କ ଜୀବନ। ମୋବାଇଲରେ ଅନଲାଇନ ଗେମ୍ ଖେଳି ଟଙ୍କା ହରାଇବା ପରେ  ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣକ ହେଉଛନ୍ତି  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବେଢାପାଳ ଗ୍ରାମର ସୁଶାନ୍ତ ମହାରଣାଙ୍କ ପୁଅ ସତ୍ୟବ୍ରତ । 

ସୂଚନା ଅନୁସାରେ ସତ୍ୟବ୍ରତ ନିକଟସ୍ଥ କଲେଜରେ ପାଠ ପଢିବାକୁ ଯିବା ସମୟରେ ବାପା ୨୦ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ ପାଇିଁ ଦେଇଥିଲେ।  ସେହିଟଙ୍କାକୁ ଅନଲାଇନରେ ଗେମଖେଳି ହାରିଯାଇଥିଲେ ସତ୍ୟବ୍ରତ। ଯାହାଫଳରେ  ସତ୍ୟବ୍ରତ ଗ୍ରାମ ନିକଟରେ ଥିବା ଭାଲୁଖାଇ ଜଙ୍ଗଲରେ  ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରି ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପୁଅକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସତ୍ୟବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଯୁବବର୍ଗମାନଙ୍କୁ ଏହି ଅନଲାଇନ ଗେମରୁ ନିବୃତ ରହିବାକୁ ସତ୍ୟବ୍ରତଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି ।

ଆହୁରି ପଢନ୍ତୁ : ଶିମିଳିପାଳରେ ମହାବଳ ବାଘର ମୃତଦେହ ଠାବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.