ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୀନ ରାଶିରେ ରାହୁଙ୍କ ଗୋଚର, ଏହି ସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଫାଇଦା

ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ରାହୁ ମଧ୍ୟ ନିଜ ରାଶି ପରିବର୍ତ୍ତନ କରିଛନ୍ତି। ରାହୁ ମୀନ ରାଶିରେ ମେ ମାସର ଆରମ୍ଭରୁ ପ୍ରବେଶ କରିସାରିଛନ୍ତି। ବର୍ଷ ସାରା ରାହୁ ମୀନ ରାଶିରେ ଉପସ୍ଥିତ ରହିବେ। ଏନେଇ ରାହୁଙ୍କ ଏହି ଗୋଚର  କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ଜାତକରେ ରାହୁଙ୍କର ସ୍ଥିତି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଯଦି ଜାତକରେ ରାହୁ ଭଲ ସ୍ଥିତିରେ ରହିଥାଏ ତାହାଲେ, ବ୍ୟକ୍ତି ତା ଜୀବନରେ ଅନେକ ସଫଳତା ପାଇଥାଏ। ତେବେ ଆସନ୍ତୁ ଜାଣିବା ଆସନ୍ତା  ୩୭୬ ଦିନ ପର୍ଯ୍ୟନ୍ତ ମୀନ ରାଶିରେ ଉପସ୍ଥିତ ରାହୁ କେଉଁ ରାଶି ପାଇଁ ଶୁଭ ରହିଛି। 

ମେଷ ରାଶି: ରାହୁଙ୍କ ଗୋଚର ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ଜୀବନରେ ସୁଖ ସମୃଦ୍ଧି ଦେଖାଦେବ । ପାଠପଢାରେ ସଫଳତା ହାସଲ କରିବେ। ଧନ ପ୍ରାପ୍ତର ଯୋଗ ଅଛି। ମାଆଙ୍କ ଶରୀରର ଯତ୍ନ ନିଅନ୍ତୁ ।  ପ୍ରେମ ଜୀବନ ଭଲ ଚାଲିବ । 

ବିଛା: ରାହୁଙ୍କ ରାଶି ପରିବର୍ତ୍ତନ ଯୋଗୁଁ ବିଛା ରାଶିର ବ୍ୟକ୍ତି ଲାଭବାନ ହେବାକୁ ଯାଉଛନ୍ତି । ଆପଣ କରିଥିବା ନିବେଶରେ ଭଲ ଫଳ ପାଇବେ । ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ଶାନ୍ତି ବଜାୟ ରହିବ । ଶରୀର ମଧ୍ୟ ସୁସ୍ଥ ରହିବ  । 

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁଙ୍କ ଗୋଚର ଶୁଭଫଳ ଅଟେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଲାଭ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି। ପରିବାର ଶାନ୍ତି ବଜାୟ ରହିବ । ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ରହିଛି। ନିଜର ଜୀବନସାଥୀଙ୍କ ଯତ୍ନ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.