ରାଞ୍ଚି,୧।୨: ସାଧାରଣ ବଜେଟ୍ ପରେ ଲୋକଙ୍କ ନଜର ଝାଡଖଣ୍ଡର ଗଭର୍ଣ୍ଣର ସିପି ରାଧାକୃଷ୍ଣନଙ୍କ ଉପରେ ରହିଛି। ଅପେକ୍ଷା କରାଯାଉଛି ଯେ, ଚମ୍ପଇ ସୋରେନ୍ଙ୍କୁ କେବେ ରାଜଭବନରୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ମିଳିବ। ସରକାର ଗଠନର ଦାବି କରିବା ୧୫ ଘଣ୍ଟାରୁ ଅଧିକ ହୋଇସାରିଛି। ଉଲ୍ଲେଖନୀୟ ଯେ, ଗତକାଲି ସନ୍ଧ୍ୟାରେ ଚମ୍ପଇ ସୋରେନ୍ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳର ନେତା ଓ ମିଳିତ ମେଣ୍ଟର ବିଧାୟକ ଦଳର ନେତା ରୂପରେ ରାଜ୍ୟରେ ନୂଆ ସରକାର ଗଠନ କରିବାର ଦାବି କରାଯାଇଥିଲା। ଏହାପରେ ବି ରାଜଭବନରେ ସରକାର ଗଠନ ପାଇଁ ନିମନ୍ତ୍ରଣ ନକରି ଚୁପ୍ତ ରହିଛି। ସେ ୪୩ ବିଧାୟକଙ୍କ ସମର୍ଥନର ଚିଠି ରାଜଭବନରେ ପହଁଞ୍ଚିଛି।
ହେମନ୍ତ ସୋରେନ୍ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରା ଉଚରା ପରେ ଗିରଫ କରାଯାଇଛି। କୁହାଯାଉଛି ଯେ, ରାଜଭବନରେ ଚମ୍ପଇ ସୋରେନ୍ଙ୍କ ସରକାର ନହେବାର ନିମନ୍ତ୍ରଣ ଦିଆନଯିବା ଫଳରେ ରାଜ୍ୟରେ ରାଜନୈତିକ ଖେଳ ହୋଇପାରେ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜନୈତିକ ଓଲଟଫେର ଓ କିଣାବିକାରୁ ବଞ୍ଚିବା ପାଇଁ ଜେଏମ୍ଏମ୍ର ନେତୃତ୍ବାଧିନ ମେଣ୍ଟ ନିଜ ବିଧାୟକଙ୍କୁ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାକୁ ପଠାଇବାର ରଣନୀତି ତିଆରି କରିଛି। ମିଡିଆ ରିପୋର୍ଟରେ କୁହାଯାଉଛି ଯେ, ଯଦି ସନ୍ଧ୍ୟା ପର୍ଯ୍ୟନ୍ତ ରାଜଭବନରୁ ସରକାର ଗଠନ କରିବାର ନିମନ୍ତ୍ରଣ ମିଳିବ ନାହିଁ ତେବେ ୪୩ ରୁ ୩୫ ବିଧାୟକ ଆଜି ସନ୍ଧ୍ୟାରେ ସ୍ପେଶାଲ ଫ୍ଲାଇଟ୍ରେ ହାଇଦ୍ରାବାଦ ଯାଇ ପାରନ୍ତି। ଗୋଟିଏ ପଟେ ବିହାରରେ ନିକଟରେ ନୀତୀଶ କୁମାରଙ୍କୁ ଇସ୍ତଫା ଦେବା ଓ ଘଣ୍ଟା ଭିତରେ ସରକାର ଗଠନ କରିବାର ଦାବି କରିବାର ୧୫ ମିନିଟ୍ ଭିତରେ ନୂଆ ସରକାର ଗଠନ କରିବାର ନିମନ୍ତ୍ରଣ ମିଳିଯାଇଛି। ସେଭଳି ଝାଡଖଣ୍ଡରେ ୧୫ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହେଲେ ପ୍ରଶ୍ନ ଉଠାଯାଉଛି। ଆଶଙ୍କା ରହିଛି ଯେ, ବିଜେପି ଶିବୁ ସୋରେନଙ୍କ ଅସନ୍ତୁଷ୍ଟ ସଦସ୍ୟଙ୍କ ଆଢୁଆାଳରେ କିଛି ଖେଳ କରିପାରେ।
ଏହା ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ୮୧ ସଦସୀୟ ଝାଡଖଣ୍ଡ ବିଧାନସଭାରେ ଚମ୍ପଇ ସୋରେନ୍ଙ୍କୁ ବହୁମତ ହାସଲ ହୋଇନି। ଦୁବେଙ୍କ କହିବା ଅନୁସାରେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନ୍ ଓ ତାଙ୍କର ବଡ ବୋହୂ ସୀତା ସୋରେନ୍ ଚମ୍ପଇ ସିଏମ୍ ହେବା ନେଇ ସହମତ ନୁହନ୍ତି। ଦୁବେ ଏହି ଦାବି କରିଛନ୍ତି ଯେ, ଗର୍ଭଣ୍ଣରଙ୍କୁ ଦିଆଯାଇଥିବା ବିଧାୟକଙ୍କ ସମର୍ଥନ ପତ୍ର ଉପରେ ମ୍ୟାଜିକ୍ ନମ୍ବର ୪୨ରେ କମ୍ ବିଧାୟକଙ୍କ ଦସ୍ତଖତ ରହିଛି।