ମାଥିଲି,୨୩/୦୯: ଡଙ୍ଗା ଚଳାଇ ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଗାଁକୁ ଯାଇ ବ୍ରିଜ୍ ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ତା ଉପରେ ନଜର ପକାଇଛନ୍ତି ଏମଏଲଏ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, କଥା ଦେଇ କଥା ରଖିଲେ ବିଧାୟକ । ନିଜର କଥା ରଖିବାକୁ ଯାଇ ନିର୍ବାଚନ ପରେ ଗଜିଆଗୁଡା ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ। ଏହାକୁ ବେଶ୍ ଉତ୍ସାହ ସହ ଅପେକ୍ଷା କରିଥିଲେ ଗ୍ରାମବାସୀ । ଗାଁକୁ ଗୋଟିଏ ବ୍ରିଜ ନିର୍ମାଣ ହେଉଅଛି କିନ୍ତୁ ସରିବାର ନା ଧରୁନି । ଅଧପନ୍ତରିଆ ହୋଇ ପଡିରହିଛି । ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ, ତା ଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ବିଧାୟକ । ତେଣୁ ବିଧାୟକଙ୍କ ଗସ୍ତ ସବୁ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଭରିଦେଇଥିଲା । ଯାହା ପାଇଁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସୀ ।