ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଖୁବଶୀଘ୍ର ଉଠିବ ବ୍ରିଟିଶ ନିୟମ, ଜୁଲାଇ ୨ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ

ଭୁବନେଶ୍ଵର, ୧୪/୦୬ : ଚଳିତ ବର୍ଷ ଜୁଲାଇ ୨ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ। ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି। ସବୁ ରାଜ୍ୟର ଡିଜିପି ଭିସି ଦ୍ୱାରା ବୈଠକରେ ସାମିଲ ଥିଲେ। ଫେବୃଆରୀ ମାସରେ ଏନେଇ ନୋଟିଫିକେସନ ଆସିଥିଲା। 

ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ୍‌ ଥିଲା, ଏବେ ୩୫୮ଟି ସେକ୍‌ସନ୍‌ ରହିବ। ୧୭୫ଟି ସେକ୍ସନ୍‌ ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଚାଲି ଆସିଥିଲା। ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି। 

ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେନେଇ ବରିଷ୍ଠ ଆଇପିଏସମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଅଡିସିନାଲ ଚିଫ୍ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି। କେନ୍ଦ୍ରର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏନେଇ ପୋଲିସ ଅଧିକାରୀମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ। କିନ୍ତୁ ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ। 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.