ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଂଜେଇ ଚୋରା ଚାଲାଣ ମାମଲା : ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବ୍ରହ୍ମପୁର, ୨୪।୨ (ବ୍ୟୁରୋ): ଅତିରିକ୍ତ ଜିଲ୍ଲା ଜଜ୍‌(ଏଡିଜେ) ରାଜ କୁମାର ଦାସ ଶନିବାର ଏକ ଗଂଜେଇ ଚୋରା ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଖାରୀଗୁମା ଗ୍ରାମର ସଂଜୀବ ପାଲ(୨୪)। ଏଡିଜେ ଅଭିଯୁକ୍ତଙ୍କୁ  ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ ରହିଛି। ଜରିମାନା  ଅନାଦେୟ   ଅତିରିକ୍ତ ୧ବର୍ଷ ସଶ୍ରମ କରାଦଣ୍ତ ପାଇଁ ଉକ୍ତ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, , ୨୦୨୧ ଏପ୍ରିଲ୍‌ ୨୬ରେ ସଞ୍ଜୀବକୁ ଅବକାରୀ ଗୁଇନ୍ଦା ଟିମ ଜାତୀୟ ରାଜପଥ  ଲାଂଜିପଲ୍ଲୀ ବାଇପାସ୍‌ରୁ କାବୁ କରିଥିଲା। ତା’ଠାରୁ ଦୁଇଟି ବ୍ୟାଗ୍‌ ଭର୍ତ୍ତି ଗଂଜେଇ ମିଳିଥିଲା, ଯାହାର ଓଜନ ୪୬ କେଜି ରହିଥିଲା। ପଚରା ଉଚରା ବେଳେ ସେହି ଗଂଜେଇ ଗଜପତି ଜିଲ୍ଲାରୁ ଆଣି ସେ ଉତ୍ତରପ୍ରଦେଶ ଚାଲାଣ କରିଥାନ୍ତା ବୋଲି ସ୍ବୀକାର କରିଥିଲା। ଏନେଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ସଞ୍ଜୀବକୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାରଣା ଏଡିଜେ-୩ଙ୍କ କୋର୍ଟରେ ହୋଇଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ‌କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ।ମାମଲାର ବିଚାରଣା ବେଳେ  ୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଚୂଡ଼ାନ୍ତ ରାୟ ବେଳେ ଅଭିଯୁକ୍ତଙ୍କୁ ଜେଲରୁ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା।  ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅନିଲ ସାହୁ, ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡୁ ମକଦ୍ଦମା ପରିଚାଳନା କରିଥିଲେ।

ଆହୁରି ପଢନ୍ତୁ : ମଦନ ନାୟକ ହତ୍ୟା ଘଟଣା : ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.