ଭୁବନେଶ୍ଵର, ୦୨/୦୯ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ୨୪ ବର୍ଷ ମଧ୍ୟରେ ଘଟିଛି ୧୦୦ଟି ହତ୍ୟାକାଣ୍ଡ। ଚିହ୍ନଟ ହୋଇଛନ୍ତି ୩୨୮ ହତ୍ୟାକାରୀ। ସେମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ମୋଟ ୧୦୦ଟି ମାମଲା ମଧ୍ୟରୁ ୨ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି। ସେହିପରି ୨୨ଟି ମାମଲା ଦୋଷମୁକ୍ତ ହୋଇଥିବା ବେଳେ ୬୯ଟି ମାମଲା ବିଚାରାଧୀନ ଅଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୋଲିସ ଉପରକୁ ୩୭ଟି ମାମଲାରେ ଅପରାଧୀ ଗୁଳି ଚଳାଇଛନ୍ତି। ଅପରାଧୀ ଗୁଳି ଚାଳନା ସମୟରେ ୬୩ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ୩୭ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।