ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଜରାଟରେ ଚିନ୍ତା ବଢ଼ାଇଛି ହୃଦଘାତ, ଗତ ୬ ମାସରେ ୧,୦୫୨ ମୃତ୍ୟୁ ସୂଚନା

Image Courtesy: intermountainhealthcare

ନୂଆଦିଲ୍ଲୀ: ଦେଶରେ ହୃଦଘାତ ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଇତିମଧ୍ୟରେ ଗୁଜରାଟର ଶିକ୍ଷା ମନ୍ତ୍ରୀ କୁବେର ଡିନ୍ଦୋର ଶୁକ୍ରବାର କହିଛନ୍ତି ଯେ, ରାଜ୍ୟରେ ଗତ ୬ ମାସରେ  ହୃଦଘାତରେ ମୋଟ ୧୦୫୨ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୮୦ ପ୍ରତିଶତ ମୃତକଙ୍କ ବୟସ ୧୧ରୁ ୨୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ହୃଦଘାତ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଓ କଲେଜ ଅଧ୍ୟାପକଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯିବ ବୋଲି ମନ୍ତ୍ରୀ କୁବେର ଡିନ୍ଦୋର କହିଛନ୍ତି ।

 ଗାନ୍ଧୀନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁବେର ଡିନ୍ଦୋର କହିଛନ୍ତି, ରାଜ୍ୟରେ ଛଅ ମାସରେ ହୃଦଘାତରେ ମୋଟ ୧୦୫୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮୦ ପ୍ରତିଶତ ହେଉଛନ୍ତି ୧୧ରୁ ୨୫ ବର୍ଷୀୟ । ହୃଦଘାତ ସମସ୍ୟା କମ କରିବାକୁ ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଓ କଲେଜ ଅଧ୍ୟାପକଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯିବ । ଏହା ସହ ୧୦୮ ନମ୍ୱର ଆମ୍ୱୁଲାନ୍ସ ସେବାକୁ ହୃଦ ରୋଗ ସମ୍ପର୍କରେ ପ୍ରତିଦିନ ହାରାହାରି ୧୭୩ କଲ୍ ଆସୁଛି ।  

 ସେପଟେ ଡିସେମ୍ୱର ୩ରୁ ୧୭ ଯାଏ ୩୭ ମେଡିକାଲ କଲେଜରେ ଶିବିର ଆୟୋଜନ କରାଯାଇ ଦୁଇ ଲକ୍ଷ ସ୍କୁଲ ଓ କଲେଜ ଶିକ୍ଷକଙ୍କୁ ସିପିଆରର ପ୍ରଶିକ୍ଷଣ ଦିଆଯିବ । ଗୁଜରାଟରେ ନିକଟ ଅତୀତରେ ହୃଦଘାତ ଜନିତ ଅନେକ ମୃତ୍ୟୁ ମାମଲା ସାମନାକୁ ଆସିଛି । ନବରାତ୍ରି ଉତ୍ସବ ବେଳେ ଗରବା କାର୍ଯ୍ୟକ୍ରମରେ ମଧ୍ୟ ହୃଦଘାତ ମାମଲା ବଢିଥିଲା । ଏହାପରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ ହୃଦରୋଗ ବିଶେଷଜ୍ଞଙ୍କ ସହ ବୈଠକ କରିଥିଲେ ବୋଲି କୁବେର ଡିନ୍ଦୋର କହିଛନ୍ତି ।

 

  • Gujarat
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.