ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

୧୩ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୧୧/୭(ଆପ୍ର): ବାଇକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ୧୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ ଙ୍କୁ ଗିରଫ କରିଛି । ଏଥି ସହିତ ଗଞ୍ଜେଇ ଚାଲାଣ ହେଉଥିବା ବାଇକ୍ କୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଯୁବକ ହେଲେ ବଡଗଡ଼ ଥାନା ବୁରୁପଡ଼ା ଗ୍ରାମର ନୀତ ରୋହିତ ।

ଦାରିଙ୍ଗବାଡି ଅଞ୍ଚଳରୁ ଗଞ୍ଜେଇ ନେଇ ନିତ ରୋହିତ ଗଞ୍ଜାମ ଜିଲ୍ଲାକୁ ବିକ୍ରି କରିବା ପାଇଁ ଯାଉଥିଲେ। ଦାରିଙ୍ଗବାଡି ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଁ ୫୯ ନମ୍ୱର ଜାତୀୟ ରାଜପଥ ଅଡାମାହା ଶଙ୍ଖ ପାଖରେ ଚଢାଉ କରି ବାଇକ୍ ସହ ଗଞ୍ଜେଇ ଜବତ କରିଥିଲା। ଏଥିସହ  ନିତ ରୋହିତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ବାସନ୍ତୀ ବେହେରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.