ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନକୁ ଦେଖି ଶିକାରୀ ସକ୍ରିୟ : ୧୪ ମୃତ ବିଦେଶୀ ପକ୍ଷୀ ଜବତ

ବ୍ରହ୍ମଗିରି,୯।୧୨ :  ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଲାଣି। ଚିଲିକା ସହିତ ଚିଲିକା ଉପକୂଳ ବିଲ ଏବଂ ଜଳାଶ୍ରୟ ମାନଙ୍କରେ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି। ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖି ପକ୍ଷୀ ଶିକାରୀ ମଧ୍ୟ ସକ୍ରିୟ ହୋଇଛି। ବିଶେଷକରି ଫ୍ଲୋରାଡିନ ନାମକ ବିଷ କଇଁ ବେଣ୍ଟ ରେ ମିଶାଇ ପକ୍ଷୀ ଶିକାର କରିବାରେ ଲାଗିଛନ୍ତି। ଶିକାରୀ ପକ୍ଷୀକୁ ବଜାରରେ ଭଲ ଦରରେ ବିକ୍ରି କରୁଛି। 

ଶନିବାର ବ୍ରହ୍ମଗିରି ରେଞ୍ଜ ଖଜୁରିଆରେ ବ୍ରହ୍ମଗିରି ବନବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ସାରି ଫେରିବାବେଳେ ଘଟକୁଡ଼ି ଗାଁ ନିକଟ ରାସ୍ତାରେ ୩ ଜଣ  ଏକ ବ୍ୟାଗ ଧରି ଯାଉଥିଲେ। ବନବିଭାଗ କର୍ମଚାରୀଙ୍କର ସନ୍ଦେହ ହେବାରୁ ତାଙ୍କୁ ଗୋଡ଼ାଇ ଥିଲେ । ଶିକାରୀ ସେ ବ୍ୟାଗ ଫିଙ୍ଗି ଖସି ଯାଇଥଲେ। ସେ ବ୍ୟାଗରୁ ୧୪ଟି ମୃତ ପକ୍ଷୀ ଜବତ କରିବା ସହ ଏକ ସ୍କୁଟି ଏବଂ ମୋବାଇଲ ଛାଡି ପଳାଇଥିଲେ। ବନବିଭାଗ ସ୍କୁଟି ଏବଂ ମୋବାଇଲ ଜବତ କରିଛି। ମୋବାଇଲ କୁ ଟ୍ରାକ କରି ଆସାମୀ କୁ ଧରାଯିବ ବୋଲି କହିଛନ୍ତି ରେଞ୍ଜ ଅଧିକାରୀ ଚନ୍ଦ୍ରଶେଖର ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.