ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସ୍କଟଲ୍ୟାଣ୍ଡରେ ପାଣିରେ ବୁଡି ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ପର୍ଯ୍ୟଟନ ସ୍ଥଳୀ ବୁଲିବା ସମୟରେ ଘଟିଛି ଦୁର୍ଘଟଣା...

Published By : Prameya | April 19, 2024 5:17 PM

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ଦୁଇଜଣ ଭାରତୀୟ ଛାତ୍ର ଦୁର୍ଘଟଣାର ଶିକାର ହୋଇଛନ୍ତି । ପାଣିରୁ ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି । ଏମାନଙ୍କ ବୟସ ଯଥାକ୍ରମେ ୨୨ ଏବଂ ୨୬ ବର୍ଷ ହୋଇଥିବା ବେଳେ ଏମାନେ ମୂଳତଃ ଆନ୍ଦ୍ରପ୍ରଦେଶର ବାସିନ୍ଦା ସୂଚନାନୁସାରେପାଣିରେ ବୁଡିଯିବା କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଚାରିଜଣ ସାଙ୍ଗଙ୍କ ସହିତ ଏହି ଦୁଇଜଣ ପର୍ଯ୍ୟଟନ ସ୍ଥାନ ବୁଲିବାକୁ ଆସିଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ । ବୁଧବାର ରାତିରେ ଲିନ୍ ଅଫ୍ ଟୁମେ ନିକଟ ଜଳରୁ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାଥାଉକି ଯେ, ଲିନ୍ ଅଫ୍ ଟୁମେ ହେଉଛି ସେହି ସ୍ଥାନ ଯେଉଁଠାରେ ଦୁଇଟି ନଦୀ ମିଳିତ ହୁଏ । ଉଦ୍ଧାର କର୍ମଚାରୀମାନେ ଉଭୟଙ୍କ ମୃତଦେହକୁ ପାଣି ଭିତରୁ ବାହାର କରିଛନ୍ତି । ମୃତଛାତ୍ର ମାନେ ସ୍କଟଲ୍ୟାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟର ମାଷ୍ଟର୍ସ କରୁଥିଲେ ।

ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଦୁଇ ଛାତ୍ରଙ୍କ ମୃତଦେହ ଝରଣା ଭିତରୁ ଉଦ୍ଧାର କରାଯାଇଛି। ଭାରତୀୟ କନସୁଲେଟ୍ ଜେନେରାଲ ଉଭୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ କରିଛନ୍ତି । କନସୁଲେଟର ଜଣେ ପ୍ରତିନିଧୀ ବ୍ରିଟେନରେ ରହୁଥିବା ଜଣେ ଛାତ୍ରଙ୍କୁ ଭେଟିଛନ୍ତି । ଡୁଣ୍ଡି ବିଶ୍ୱବିଦ୍ୟାଳୟ ପୀଡିତଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛି। ଅଧିକାରୀ କହିଛନ୍ତି ଯେ ଉଭୟ ଛାତ୍ରଙ୍କ ପୋଷ୍ଟମର୍ଟମ ଶୁକ୍ରବାର ଦିନ କରାଯିବ ଏବଂ ଏହା ପରେ ମୃତଦେହକୁ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.