ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ଜିଲ୍ଲା ହସ୍ପିଟାଲ : ୪ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୨ଫିଜିଓଥେରାପିଷ୍ଟ

ମାଲକାନଗିରି, ୮/୫ (ଆପ୍ର): ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ହସ୍ପିଟାଲ କୁ କାୟାକଳ୍ପ ଯୋଜନାରେ ରାଜ୍ୟସ୍ତରୀୟ ଉତ୍ତମ ସେବା ପାଇଁ ତିନିଥର ପ୍ରଥମ ପୁରସ୍କାର ମିଳିଛି। ଫଜିଓଥେରାପିଷ୍ଟ ବିଭାଗ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉନଥିବାରୁ ନାହିଁ ନାହିଁ ରେ ଚାଲିଛି ଏହି ବିଭାଗ।ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ୪ଜଣ ଙ୍କ ବଦଳରେ ଅଛନ୍ତି ମାତ୍ର ୨ଜଣ ଫିଜିଓଥେରାପିଷ୍ଟ। ଜଣେ ବି  ସହାୟକ ନଥିବାରୁ ରୋଗୀ ଚିକିତ୍ସା ରେ ବାଧାସୃଷ୍ଟି ହେଉଛି। ଜଣେ ଫିଜିଓଥେରାପିଷ୍ଟ ଛୁଟିରେ ଗଲେ ଜଣେ ଏହି ବିଭାଗ ଚଲାଇବା କଷ୍ଟକର ହୋଇପଡିଥାଏ। ପ୍ରତିଦିନ ୫୦ ରୁ ଉର୍ଦ୍ଧ ରୋଗୀ ଏହି ବିଭାଗ କୁ ଚିକିତ୍ସା ହେବା ପାଇଁ ଆସିଥାନ୍ତି।  ଜଣେ ଫିଜିଓଥେରାପିଷ୍ଠ ରୋଗୀଙ୍କ ଚିକିତ୍ସା କରିବାଠାରୁ ଆରମ୍ଭ କରି ମେସିନ ଚଲାଇବା ବନ୍ଦକରିବା ଓ ସଜାଡ଼ିବା କାମ କରିବାକୁ ପଡିଥାଏ।

ଏହି ଜିଲ୍ଲା ହସ୍‌ପିଟାଲ୍ ଉପରେ ଜିଲ୍ଲାବାସୀଙ୍କ ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାବାସୀ  ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି  । ବିଡମ୍ବନାର ବିଷୟ, ଜିଲ୍ଲା ହସ୍ପିଗଲରେ ୪ଜଣ ଫିଜିଓଥେରାପିଷ୍ଟ ଏବଂ ୨ ଜଣ ସ‌ହାୟକଙ୍କର ଆବଶ୍ୟକ‌ତା ରହିଥିବା ବେଳେ କିନ୍ତୁ ଦୁଇ ଜଣ ମାତ୍ର ଫିଜିଓଥେରାପିଷ୍ଟ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ଜଣେ ମଧ୍ୟ ସହାୟକ କିମ୍ବା ନର୍ସ ଟିଏ ନଥିବାରୁ ରୋଗୀଙ୍କୁ ଧରିବା ମେସିନ ଫିଟ କରିବା ଓ ମେସିନ ବନ୍ଦକରିବା ଠାରୁ ବିଭାଗ କୋଠରୀ ସଫାସୁ ତର କରିବା କାମ ଫିଜିଓଥେରାପିଷ୍ଟ ଙ୍କୁ କରିବାକୁ ପଡିଥାଏ। ପ୍ରତିଦିନ ଏହି ମେଡିକାଲ୍‌ରେ ୪୦ରୁ ୫୦ ଜଣ ରୋଗୀ ଆଣ୍ଠୁ ଗଣ୍ଠିବାତ, କାନ୍ଧ, ଗୋଡ଼, ହାତ, ପିଠି, ଅଣ୍ଟା ଯନ୍ତ୍ରଣା, ମାନସିକ ଶିଶୁ ରୋଗୀ, ପକ୍ଷାଘାତ, ଦୁର୍ଘଟଣାଜନିତ ରୋଗୀ ଓ ବିକଳାଙ୍ଗ ଜନିତ ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି ।    ଆବଶ୍ୟକ  ଫିଜିଓଥେରାପିଷ୍ଟ ଓ ସହାୟକ ନଥିବାରୁ ଦିନକୁ ଦିନ ସ୍ବାସ୍ଥ୍ୟସେବା ବ୍ୟାହତ ହେବାରେ ଲାଗିଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।    

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ଫିଜିଓଥେରାପି ବିଭାଗରେ ଷ୍ଟାଫ୍ କମ ଥିବା କଥାକୁ ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ସେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି। ଖୁବ୍‌ଶୀଘ୍ର ଖାଲି ପଦବିଗୁଡିକ ପୂରଣ କରାଯିବ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ : କାଳବୈଶାଖୀ ହେଳା କାଳ : ନଡିଆ ଗୋଟାଉ ଥିଲେ, ଗଛ ଭାଙ୍ଗିଯିବାରୁ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.