ବ୍ରହ୍ମପୁର,୧୧/୦୯: ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା ନିର୍ମିତ ବିଶ୍ୱର କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି । ପେନସିଲ୍ ମୁନରେ ୨ ମିମି ଉଚ୍ଚତାର ଭାରତ ମାନଚିତ୍ର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ଆବେଦନ କରିଥିଲେ । ତାଙ୍କର ଏହି କଳାକୃତିକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କର୍ତ୍ତୃପକ୍ଷ ସ୍ୱୀକୃତି ଦେଇଥିବା ସେ ପ୍ରକାଶ କରିଛନ୍ତି । ପୂର୍ବରୁ ୧ ମିମି.ରୁ କମ ଉଚ୍ଚତାର ତ୍ରିରଙ୍ଗା ଏବଂ ୭୫ଟି ପ୍ରର୍ଯ୍ୟଟନ ସ୍ଥଳୀର କ୍ଷୁଦ୍ର କଳାକୃତି ରେକର୍ଡ ସୃଷ୍ଟି କରିସାରିଛି ।

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର, ସାମିଲ ହୋଇଥିଲ...