ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀତଦିନେ ଦେଖାଯାଉଛି କି କେଶ ଝଡ଼ିବା ଭଳି ସମସ୍ୟା ? ଏ ସମସ୍ୟାରୁ ମୁକ୍ତି ଦେବ ଏହି ଘରୋଇ ଉପାୟ...

ଥଣ୍ଡା ଦିନେ ଅନେକଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ପାଗ ପରିବର୍ତ୍ତନ ଯୋଗୁଁ ଶରୀର ସହ କେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଶୀତଦିନେ ମୁଣ୍ଡର ସ୍କାଲ୍ପ ଶୁଷ୍କ ହୋଇଯିବାରୁ କେଶ ଝଡ଼ିବା ଆରମ୍ଭ କରେ । କେଶ ପତଳା ହୋଇଯିବା ସହ ରୂପି ସମସ୍ୟା ମଧ୍ୟ ଦେଖାଦିଏ । ଏଭଳି ସମସ୍ୟାରୁ ନିସ୍ତାର ପାଇବା ଲାଗି ରହିଛି କିଛି ଘରୋଇ ଉପାୟ । ଯାହା ଖୁବ୍ କମ୍ ଦିନରେ କେଶ ଝଡ଼ିବା ଭଳି ସମସ୍ୟା ହ୍ରାସ କରିବାରେ ସହାୟ ହେବ । 

ଅଣ୍ଡାର ହେୟାର ମାସ୍କ: କେଶକୁ ଭରପୂର ପୋଷଣ ଓ ପ୍ରୋଟିନ୍ ଦେବା ଲାଗି ୧୫ ଦିନରେ ଥରେ ଅଣ୍ଡାର ହେୟାର୍ ମାସ୍କ ଲଗାନ୍ତୁ । ଏହାକୁ ପ୍ରସ୍ତୁତ କରିବା ଲାଗି ଏକ ଚାମଚ ଦହିରେ ଅଣ୍ଡା ମିଶାନ୍ତୁ । ଭଲଭାବେ ମିଳାଇବା ପରେ ଏହାକୁ କେଶରେ ଲଗାଇ ଅଧଘଣ୍ଟା ଧରି ରଖି କେଶକୁ ଧୋଇଦିଅନ୍ତୁ । ଫଳରେ କେଶ ଝଡ଼ିବା କମ୍ ହେବ । 

ଭୁର୍ସଙ୍ଗ ପତ୍ର: ଗୋଟିଏ କି ଦୁଇଟି ନୁହେଁ ଅନେକ ପ୍ରକାର କେଶ ସମସ୍ୟା ଦୂର କଲେ ଭୁର୍ସଙ୍ଗ ପତ୍ର । କେଶ ଝଡ଼ିବା, କେଶ ଦୁର୍ବଳ ହେବା, ବୟସ ପୂର୍ବରୁ କେଶ ଧଳା ହେବା ଭଳି ସମସ୍ୟାକୁ ମଧ୍ୟ ସମାଧାନ କରେ ଏହି ପତ୍ର । ଭୁର୍ସଙ୍ଗ ପତ୍ରରୁ ଆପଣ ହେୟାର ମାସ୍କ କିମ୍ୱା ଏହାର ତେଲ ପ୍ରସ୍ତୁତ କରି ମଧ୍ୟ ବ୍ୟବହାର କରିପାରିବେ । ହେୟାର ମାସ୍କ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ କିଛି ଭୁର୍ସଙ୍ଗ ପତ୍ରକୁ ବାଟି ନିଅନ୍ତୁ । ପରେ ଏହାକୁ କେଶରେ ୨୦ରୁ ୩୦ ମିନିଟ୍ ଲଗାଇ କେଶ ଧୋଇନିଅନ୍ତୁ । ତେଲ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଦୁଇ ମୁଠା ଭୁର୍ସଙ୍ଗ ପତ୍ର ନଡ଼ିଆ ତେଲରେ ମିଶାଇ ଏହାକୁ ଫୁଟାନ୍ତୁ । ପତ୍ର କଳା ପଡ଼ିଯିବା ପରେ ଏହି ତେଲକୁ ଛାଣି ନିଅନ୍ତୁ । ସପ୍ତାହରେ ୨ ଥର ଏହି ତେଲକୁ ମୁଣ୍ଡରେ ମାଲିସ କରନ୍ତୁ । ଦେଖିବେ କେଶ ଝଡ଼ିବା ବନ୍ଦ ହେବା ସହ କେଶ ଲମ୍ୱା ହେବାକୁ ଲାଗିବ । 

ପିଆଜ ରସ: ସପ୍ତାହକୁ ଥରେ କେଶରେ ପିଆଜ ରସ ଲଗାନ୍ତୁ । ପିଆଜକୁ ଗ୍ରାଇଣ୍ଡିଂ କରି ଏକ କପଡ଼ାରେ ଚିପୁଡ଼ି ଏହାର ରସକୁ ବାହାର କରିନିଅନ୍ତୁ । ଏହି ରସକୁ କେଶମୂଳରୁ ଆରମ୍ଭ କରି କେଶ ଅଗ ଯାଏ ଲଗାନ୍ତୁ । ଅଧଘଣ୍ଟା ଧରି ରଖି ମୁଣ୍ଡ ଧୋଇନିଅନ୍ତୁ । ନଡ଼ିଆ ତେଲରେ ପିଆଜକୁ ଫୁଟାଇ ଏହାର ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହି ତେଲ କେଶ ଝଡ଼ିବା ହ୍ରାସ କରିବାରେ ସାହାଯ୍ୟ କରେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.