ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ବିହାରରେ ‘ଜିତିଆ’ ପର୍ବରେ ବଡ଼ ଅଘଟଣ , ଗାଧୋଇବା ବେଳେ ବୁଡ଼ି ଯାଇ ୩୭ ପିଲା ଓ ୭ ମହିଳାଙ୍କ ମୃତ୍ୟୁ

ପାଟନା : ସନ୍ତାନର ଦୀର୍ଘ ଆୟୁଷ ଓ ସୁଖ ସମୃଦ୍ଧି କାମନାରେ ପାଳିତ ପର୍ବ ଜିତିଆ ଅବସରରେ ଘଟିଛି ବଡ଼ ଅଘଟଣ। ବିହାରର ଭିନ୍ନ ଭିନ୍ନ ଜିଲ୍ଲାରେ ୩୭ ଜଣ ପିଲା ଓ ୭ ମହିଳାଙ୍କର ନଦୀ-ପୋଖରୀରେ ସ୍ନାନ ବେଳେ ବୁଡ଼ି ଯାଇ ମୃତ୍ୟୁ ହୋଇଛି। ଏଥିରେ ଅଧିକାଂଶ ପର୍ବ ବେଳେ ପବିତ୍ର ସ୍ନାନ ପାଇଁ ନଦୀ ବା ପୋଖରୀକୁ ଯାଇଥିଲେ ଏବଂ ଦୁର୍ଘଟଣାର ଶିକାର ହୋଇଥିଲେ। ପୂରା ରାଜ୍ୟରେ ୩୭ଜଣ ପିଲା ଓ ୭ ଜଣ ମହିଳାଙ୍କ ସମେତ ମୋଟ ୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରେ ଏବେସୁଦ୍ଧା ୪୩ଟି ମୃତଦେହ ଉଦ୍ଧାର କରାଯାଇଛି। 

ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ର ଯବାନ ସେଠାରେ ଲୋକଙ୍କ ତଲାସରେ ଲାଗି ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଏବସୁଦ୍ଧା ୮ ମୃତକଙ୍କ ପରିବାରକୁ କ୍ଷତିପୂରଣ ରୂପେ ୪-୪ ଲକ୍ଷ ଲେଖାଏଁ ନଗଦ ରାଶି ମଧ୍ୟ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସାରା ରାଜ୍ୟରେ ଜିତିଆ ପର୍ବ ସ୍ନାନ ବେଳେ ବୁଡ଼ିଯାଇ ୩୭ ପିଲା, ୭ ମହିଳା ଓ ୨ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି। ବୁଡ଼ି ଯିବାର ଘଟଣା ସବୁ ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ନାଳନ୍ଦା, ଔରଙ୍ଗାବାଦ, କୈମୂର, ବକ୍ସର,ସିୱାନ, ରୋହତାସ , ସାରଣ , ପାଟନା , ବୈଶାଳୀ , ମୁଜଫରପୁର , ସମସ୍ତିପୁର , ଗୋପାଳଗଞ୍ଜ ଓ ଅରୱଲରେ ହୋଇଛି। 

ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଡିଆରଏଫ୍‌ ଓ ଏନଡିଏଫଆରର ଯବାନ ଲାଗାତାର ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି। ମୃତକଙ୍କ ପରିଜନଙ୍କୁ ଅନୁକମ୍ପା ରାଶି ଭାବେ ୪-୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ, ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଏମିତି ମାମଲାରେ କ୍ଷତି ପୂରଣ ପାଇଁ ସ୍ୱୀକୃତ।

ସୂଚନା ଅନୁସାରେ, କେବଳ ଔରଙ୍ଗାବାଦ ଜିଲ୍ଲାରେ ୮ ପିଲାଙ୍କ ବୁଡ଼ି ଯିବା ଯୋଗୁଁ ମୃତ୍ୟୁ ହୋଇଛି। ଔରଙ୍ଗାବାଦର ବରୁନା ଥାନାର ଇତାହଟ ଗାଁରେ ୪ ମୃତ୍ୟୁ ହୋଇଥିବା ବେଳେ , ମଦନପୁର ଥାନାର କୁଶାହ ଗାଁରେ ୪ ପିଲାଙ୍କ ଜୀବନ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.