ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ବଡ଼ ଧରଣର ସାଇବର ଠକେଇ, ଦୁଇ ଯୁବକଙ୍କଠୁ ୪୦ ଲକ୍ଷ ଚଳୁ

ଚନ୍ଦ୍ରଶେଖରପୁର, ୨୧।୮: ରାଜଧାନୀରେ ପୁଣି ବଡ଼ ଧରଣର ସାଇବର ଠକେଇ ହୋଇଛି । ଡିଜିଟାଲ ଆରେଷ୍ଟ ନାଁରେ ଦିନକରେ ୨ଜଣଙ୍କ ଠାରୁ ୪୦ଲକ୍ଷ ଚଳୁ କରି ଦେଇଛନ୍ତି ସାଇବର ଠକ । ସୁପ୍ରିମ୍‌କୋର୍ଟଙ୍କ ନକଲି ଆରେଷ୍ଟ ୱାରେଣ୍ଟ ଆଦେଶ ଦେଖାଇ ଜଣଙ୍କଠୁ ୨୫ ଲକ୍ଷ ଠକି ନେଇଥିବା ବେଳେ ଅନ୍ୟ ଜଣଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକାମିର ଶିକାର ଚନ୍ଦ୍ରଶେଖରପୁର ଅଞ୍ଚଳର ଉଭୟ ଯୁବକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଜଣେ ଯୁବକଙ୍କୁ ୯୯୫୪୯୪୫୧୪୪ ନମ୍ବରରୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ନାମରେ ଫୋନ୍‌ ଆସିଥିଲା । ଯେଉଁଥିରେ ତାଙ୍କ ନାଁରେ ଥିବା ପାର୍ଶଲ୍‌ରେ ଡ୍ରଗସ୍‌ ଥିବା କୁହାଯାଇଥିଲା ।  

ପରେ ତାଙ୍କ ସହ ପାଖାପାଖି ୧ଘଣ୍ଟାର ଭିଡିଓ କଲ୍‌ କରି ୧୫ ଲକ୍ଷ ଟଙ୍କା ସଫା କରିଥିଲେ ସାଇବର ଠକ । ସେହିପରି ୬୩୬୬୬୯୮୯୬୦ ନମ୍ବର୍‌ରୁ ଆଉ ଜଣେ ବ୍ୟକ୍ତିଙ୍କୁ କଲ୍‌ ଆସିଥିଲା । ସେଥିରେ ଠକ ଜଣକ ନିଜକୁ ମୁମ୍ବାଇ ପୁଲିସ ଦର୍ଶାଇ ଭିଡିଓ କଲ୍‌ ଜରିଆରେ ଯୁବକଙ୍କୁ ତାଙ୍କ କ୍ରେଡିଟ କାର୍ଡରେ ମନି ଲଣ୍ଡରିଂ ହୋଇଥିବା କହିଥିଲେ । ଏକାଧିକ ଦଫା ଲାଗିଥିବା ସୁପ୍ରିମକୋର୍ଟଙ୍କ ନକଲି ଗିରଫନାମା ଦେଖାଇ ତାଙ୍କୁ ଧମକ ଦେବା ସହ ତାଙ୍କର ଆକାଉଣ୍ଟ ଚେକ୍‌ କରିଥିଲେ । ୪୦ ମିନିଟ ଭିଡିଓ କଲ୍‌ କରି ଆର୍ଟିଜିଏସ୍‌ ଦ୍ୱାରା ୨୫ଲକ୍ଷ ଟଙ୍କା ଠକି ନେଇଯାଇଥିଲେ ସାଇବର ଲୁଟେରା । ଏଭଳି ଠକେଇକୁ ନେଇ ସତର୍କ କରିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା । ଏପରି କଲ୍‌ଠୁ ଦୂରରେ ରହି ପ୍ରଥମେ ୧୯୩୦କୁ କଲ୍‌ କରିବାକୁ ପରାମର୍ଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.