ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ବାଂଲାଦେଶରେ ପୁଣି ହିଂସାକାଣ୍ଡ , ରକ୍ତାକ୍ତ ସଂଘର୍ଷରେ ୭୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ବାଂଲାଦେଶର ରାଜଧାନୀ ଢାକାରେ ପୁଣି ଥରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କର ଇସ୍ତଫା ଦାବିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକ ଓ ଶାସକ ଅବାମୀ ଲିଗ୍‌ର ସମର୍ଥକଙ୍କ ମଧ୍ୟରେ ରବିବାର ରକ୍ତାକ୍ତ ସଂଘର୍ଷରେ ଅତି କମ୍‌ରେ ୯୧ ଜଣଙ୍କ ମୃତ୍ୟୁ ହୋଇଛି , ଯେଉଁଥିରେ ୧୪ ପୁଲିସକର୍ମୀ ମଧ୍ୟ ସାମିଲ ଅଛନ୍ତି। ମୃତ୍ୟୁ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଅଧିକାରୀଙ୍କ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆ ଯାଇଛି ଏବଂ ଅନିଶ୍ଚିତକାଳ ପାଇଁ ପୂରା ଦେଶରେ କର୍ଫ୍ୟୁ ଲାଗୁ କରି ଦିଆ ଯାଇଛି। 

ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ମାମଲାରେ ହଙ୍ଗାମାକୁ ନେଇ ସରକାରଙ୍କ ଇସ୍ତଫା ଦାବି କରି ପ୍ରଦର୍ଶନକାରୀ ରବିବାର , ଷ୍ଟୁଡେଣ୍ଟ୍ସ ଏଗନେଷ୍ଟ ଡିସ୍କ୍ରିମିନେସନର ବ୍ୟାନରରେ ଆୟୋଜିତ ଅସହଯୋଗ କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚି ଥିଲେ। ସେତେବେଳେ ଅୱାମୀ ଲିଗ୍‌, ଛାତ୍ର ଲିଗ୍‌ଓ ଜୁବୋ ଲିଗ୍‌ର କାର୍ଯ୍ୟକର୍ତ୍ତାମାନେ ତାଙ୍କର ବିରୋଧ କରିଥିଲେ ଏବଂ ପୁଣି ଉଭୟ ପକ୍ଷରେ ସଂଘର୍ଷ ହୋଇଥିଲା।

କିଛି ସମୟ ପରେ ଏହି ଉତ୍ତେଜନା ଏତେ ବଢିଗଲା ଯେ ଉତ୍ତେଜିତ ଲୋକେ ରାସ୍ତରେ ଥିବା ଗାଡ଼ି ଗୁଡ଼ିକରେ ନିଆଁ ଲଗେଇ ଦେଲେ। ସରକାର ପୁଣି ଥରେ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏପଟେ ଭାରତ ମଧ୍ୟ ବାଂଲାଦେଶରେ ରହୁଥିବା ନିଜର ନାଗରିକଙ୍କୁ ଆଲର୍ଟ ରେ ରହିବାକୁ କହିଛନ୍ତି। ଆଡଭାଇଜରୀ ସହ ହେଲ୍‌ପଲାଇନ୍‌ ନମ୍ୱର ମଧ୍ୟ ଜାରି କରିଛନ୍ତି।

ମାସ ମାସ ଧରି ହିଂସାର ନିଆଁରେ ଜଳୁଥିବା ବାଂଲାଦେଶ ଏବେସୁଦ୍ଧା ଏଥିରୁ ବର୍ତ୍ତିପାରିନାହିଁ । ରବିବାର ଅୱାମୀ ଲିଗ୍‌ ସମର୍ଥକ ଓ ପୁଲିସ୍‌ ସହ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଧ୍ୟରେ ସଂଘର୍ଷ ହୋଇଥିଲା। ବିକ୍ଷୋଭ ପ୍ରଦର୍ଶନକାରୀ ସଡ଼କରେ ଶାନ୍ତିର ସହ ପିଏମ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଥିଲେ , ସେତେବେଳେ ଅୱାମୀ ଦଳର ସମର୍ଥକ ସେଠାକୁ ଆସି ଧମକ ଦେଇଥିଲେ ଏବଂ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମୃତକଙ୍କ ସଂଖ୍ୟା ଅତି କମ୍‌ରେ ୯୧ରେ ପହଞ୍ଚିଛି ।

ରିପୋର୍ଟରେ କିନ୍ତୁ ମୃତକଙ୍କ ପରିଚୟର ଖୁଲାସା କରାଯାଇ ନାହିଁ । ପ୍ରୋଥୋମ ଅଲୋ ସମ୍ୱାଦପତ୍ର ନିଜ ଖବରରେ କହିଛି , ବାଂଲାଦେଶର ୧୩ଟି ଜିଲ୍ଲାରେ ସଂଘର୍ଷ ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.