ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାଲି ପଡ଼ିଛି ୯୮ ହଜାର ସରକାରୀ ପଦବୀ, ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬, ୮୧୫

ଭୁବନେଶ୍ୱର, ୭।୦୨: ରାଜ୍ୟରେ ୪୧ ବିଭାଗରେ ଖାଲି ପଡ଼ିଛି ୯୮ହଜାରରୁ ଅଧିକ ସରକାରୀ ପଦବୀ । ତେବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ପଡ଼ିଛି । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ୨୧ ହଜାର ୮୪୪ ପଦବି ଖାଲି ପଡ଼ିଥିବା ବେଳେ ଗୃହ ବିଭାଗରେ ବି ୭ ହଜାର ୩୧୫ ପଦବୀ ଖାଲି ପଡ଼ିଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫ ହଜାର ୮୯୨ ପଦବିରେ ନିଯୁକ୍ତି ହୋଇନଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ୩ ହଜାର ୭୭୭ ପଦବି ଖାଲି ପଡିଛି । କୃଷି ବିଭାଗରେ ମଧ୍ୟ ୨ ହଜାର ୮୨୧ ପଦବୀ ଖାଲି ପଡ଼ିଛି । ରାଜ୍ୟରେ ଏଭଳି ଉଦବେଗଜନକ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି । ଅନୁରୂପ ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ୨୩୨୪ ପଦବି ଖାଲି ପଡ଼ିଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୪୬୭୪, ଜଙ୍ଗଲ ଓ ପରିବେଶ ବିଭାଗରେ ୩୬୦୭, ଶ୍ରମ ବିଭାଗରେ ୧୧୧୮, ପଞ୍ଚାୟତିରାଜ ବିଭାଗରେ ୩୫୫୨, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୩୩, ଜଳସମ୍ପଦ ବିଭାଗରେ ୨୭୩୨, ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୧୫୦୭ ପଦବି ଖାଲି ପଡିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । 

ତେବେ ବର୍ତ୍ତମାନ ସମୟରେ ସରକାରୀ ଚାକିରିରେ ଆବେଦନ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ବର୍ଷକୁ ବୃଦ୍ଧି କରିବା ନେଇ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । ରାଜ୍ୟ ସରକାର ୨୦୨୪ରେ ମୂଳ ପଦବି ଓ ସେବାରେ ପ୍ରବେଶ ପାଇଁ ଜାରି ହେବାକୁ ଥିବା ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା ୩୨ରୁ ୩୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅପରପକ୍ଷେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ସିଏମଇଜିପି)ରେ ସମୁଦାୟ ୧୭ ଲକ୍ଷରୁ ଅଧିକ ଯୁବକ, ଯୁବତୀଙ୍କୁ ତାଲିମ ଦିଆଯାଇ ନିଯୁକ୍ତିକ୍ଷମ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.