ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାରିଙ୍ଗବାଡିରେ ବିଭିନ୍ନ ହୋଟେଲ ଓ ଲଜ୍‌ରେ ଚଢାଉ, ୨୭ ହଜାର ଜରିମାନା ଆଦାୟ

ଦାରିଙ୍ଗବାଡି, ୨/୧୨ : ଦାରିଙ୍ଗବାଡିକୁ ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢାଉ କରିଥିଲେ। ଚଢ଼ାଉ ବେଳେ ଜମି ପଟ୍ଟା, ଏନଓସି ସାର୍ଟିଫିକେଟ୍, ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ୍, ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍, ଲଜ୍‌ର ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ୍ ହୋଇଥିଲା। 

ଖାଦ୍ୟ ଯାଞ୍ଚ୍ ବେଳେ ଏକାଧିକ ଦିନର ରହିଥିବା ବାସି ଖାଦ୍ୟ ଫୋପଡ଼ା ଯାଇଥିଲା। ଖାଦ୍ୟ ରହିଥିବା ସ୍ଥାନରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଥିଲା। କାଗଜପତ୍ର ସଠିକ୍ ନଥିବା ଯୋଗୁଁ ୫ଟି ହୋଟେଲ ଓ ଲଜ୍‌ରୁ ୨୭ ହଜାର ଜରିମାନା ଆଦାୟ ହୋଇଥିଲା । ଏଥିସହିତ ବ୍ୟବସାୟିକ କ୍ଷେତ୍ରରେ ବ୍ୟବସାୟିକ ଗ୍ୟାସ୍ ବ୍ୟବହାର କରାନଯାଇ ଘୋରୋଇ ଗ୍ୟାସ ବ୍ୟବହାର କରାଯାଇଥିବା ଯୋଗୁଁ ୧୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା । ଚଢ଼ଉରେ ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ, ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରା, ଅଗ୍ନିଶମ ହାବିଲଦାର ସତ୍ୟନାରାୟଣ ବେହେରା ସମେତ ପୋଲିସ ଫୋର୍ସ ସାମିଲ ଥିଲେ । ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ସମସ୍ତ ହୋଟେଲ ଓ ଲଜ୍‌ମାନେ ଆବଶ୍ୟକ କାଗଜପତ୍ର ଠିକଠାକ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ହୋଟେଲରେ ସ୍ବାସ୍ଥ୍ୟକର ପରିବେଶ ସହ ସଫା ସୁତରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.